oom

ନାମ ସଂକୀର୍ତ୍ତନ୍ୟ ଶୁଭ ଖମ୍ବ ସ୍ଥାପନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ସ୍ଥିତ ଶାନ୍ତିନଗର ଠାରେ ନୂତନ କରି ନିର୍ମାଣ ହେଉଥିବା ଶ୍ରୀ ଗୁଣ୍ଡିଚା ମାଉସୀ ମାଁ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ନାମ ସଂକୀର୍ତ୍ତନ୍ୟ ଯୋଗୁ ଯଜ୍ଞ ସ୍ଥଳ ଡା. ଗଦାଧର ରଥଙ୍କ ଘର ସାମ୍ନାରେ ଥିବା ଆନ୍ନା ମୁଢିମିଲ ପାଖ ପଡିଆରେ ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୌରହିତ୍ୟରେ ସୁରଜ ପ୍ରସାଦ ସାହୁ (ଗୁଡ୍ଡୁ) ଓ ତାଙ୍କ ଧର୍ମପତ୍ନୀ ଜ୍ୟୋଷ୍ଣାରାଣୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ ଘଣ୍ଟଧ୍ୱନିରେ ଶୁଭ ଖମ୍ବ ସ୍ଥାପନ କରାଯାଥିଲା । ଏହି ଶୁଭ ଖମ୍ବ ସ୍ଥାପନ ସମୟରେ କମିଟିର ସମସ୍ତ ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ସହଯୋଗ କରିଥିଲେ । ଆସନ୍ତା ତା.୨୬.୦୬.୨୦୨୫ ରିଖ ସକାଳ ୭ ଘଣ୍ଟା ସମୟରେ ମନ୍ଦିର ପ୍ରତିଷ୍ଠା, ସନ୍ଧ୍ୟା ୬ ଘଣ୍ଟାରେ କଳସ ଯାତ୍ରା ଓ ଅଧିବାସ, ତା. ୨୭.୦୬.୨୦୨୫, ମାଧ୍ୟାନ୍ନ ୧ ଘ.ସମୟରେ ନାମ ସଂକୀର୍ତ୍ତନ୍ୟ ଶୁଭାରମ୍ଭ ଅପରାହ୍ନ ୪ ଘଣ୍ଟା ସମୟରେ ରଥା ରୁଢ ଚତୁର୍ଦ୍ଧା ମୂର୍ତ୍ତି (ଜଗନ୍ନାଥ, ବଲଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଭଗବାନ) ଙ୍କୁ ଯୁକ୍ତ ଭକ୍ତବନ୍ଧୁ ସାହୁଙ୍କ ଘର ସାମ୍ନାରୁ ସ୍ୱାଗତ କରାଯାଇ ଶ୍ରୀ ଗୁଣ୍ଡିଚା ମାଉସୀ ମାଁ ମନ୍ଦିର କୁ ପ୍ରବେଶ ଉତ୍ସବ ହେବାର ସୂଚନା କମିଟି ତରଫରୁ ପ୍ରାପ୍ତ ମିଳିଛି ।

jittmm
Leave A Reply

Your email address will not be published.