centurian jitm

ନିୟମଗିରି ପାହାଡରେ ବିର୍ଷା-ମୁଣ୍ଡା ପ୍ରତିମୂର୍ତ୍ତି ଉନ୍ମଚନ ସହ ସହିଦସ୍ତମ୍ଭ ସ୍ଥାପନ

nschool

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ପାହାଡରେ ଆଦିବାସୀଙ୍କ ମେଳି । ନିୟମଗିରି ପାହାଡରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସହ ନିୟମଗିରି ଆନ୍ଦୋଳନରେ ପ୍ରାଣ ହରାଇଥିବା ଦୁଇଜଣ ଡଙ୍ଗରିଆଙ୍କ ପ୍ରତିମୂିର୍ତ୍ତ ଉନ୍ମୋଚନ ସହ ସହୀଦ ସ୍ତମ୍ଭ ସ୍ଥାପନ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମଟି ନିୟମଗିରି ସୁରକ୍ଷା ସମିତି ଦ୍ୱାରା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସଲି ପଂଚାୟତର ଲାଖପଦର ଗାଁରେ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ଆଦିବାସୀ ସଂଗଠନ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି, ଖଣ୍ଡୁଆଲମାଳି, ସିଝିମାଳି ସୁରକ୍ଷା ସମିତି ସହ ବିଭିନ୍ନ ସଂଗ୍ରାମୀ ସଂଗଠନ ସାମିଲ ହୋଇଥିବା ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.