ls

ବିଭିନ୍ନ ସ୍ଥାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

sb

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତର କୁତମୁଣ୍ଡା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା । ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାମାବତୀ ସାହୁ, ଉପାସି ବରିହା, ବାସନ୍ତୀ ମେହେର ପ୍ରମୁଖ ଯୋଗଦେଇ ଉପସ୍ଥିତ ମା’ ମାନଙ୍କୁ ବୁଝାଇ ଥିଲେ । ଠିକ ସେହିପରି ଡାଙ୍ଗବାହାଲ ପଞ୍ଚାୟତର ପଞ୍ଚାୟତ କଲ୍ୟାଣ ସମିତି ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇ ଯାଇଛି ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗାଁ କଲ୍ୟାଣ ସମିତି ସୁପରଭାଇଜର ତଥା ପଲ୍ଲୀ ଆଲୋକ ପାଠାଗାରର ସ୍ୱେଚ୍ଛାସେବୀ ବିଶ୍ଵାମିତ୍ର ସେଠ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଅଙ୍ଗନବାଡି କର୍ମୀ ଓ ଆଶା ଦିଦିମାନେ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.