oom

ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିରେ ଗନ୍ଧମାର୍ଦ୍ଧନ ପର୍ବତର ବିଲୁପ୍ତପ୍ରାୟ ଔଷଧିୟ ଗୁଳ୍ମ, ବନ୍ୟପ୍ରାଣୀ, ଜୀବଜନ୍ତୁର ସୁରକ୍ଷା ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀଠାରେ ବିଜ୍ଞାନ ପ୍ରଯୁକ୍ତି, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଜୟରାମ ରମେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ସଦସ୍ୟ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ଯୋଗଦେଇ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ପରିବେଶ ସନ୍ତୁଳନ ସକାଶେ ପ୍ରସିଦ୍ଧ ପୌରାଣିକ ଗନ୍ଧମାର୍ଦ୍ଧନ ପର୍ବତରେ ଥିବା ଜୀବନ ରକ୍ଷାକାରୀ ଆୟୁର୍ବେଦିକ ଜଡିବୁଟି, ବହୁ ମୂଲ୍ୟବାନ ଜଙ୍ଗଲ ଜାତ ଗୁଳ୍ମ, ପଶୁପକ୍ଷୀ, ସରୀସୃପ ମାନଙ୍କ ସୁରକ୍ଷା ଏବଂ ପୁନଃ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପଦକ୍ଷେପ ନେବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ । ସେହିପରି ନିୟମଗିରି ପର୍ବତ, ଦଣ୍ଡକାରଣ୍ୟ, ଖଣ୍ଡୁଆଲମାଲି ପର୍ବତଗିରିମାଳ, କପିଳାସ ପର୍ବତ ଏବଂ ଓଡିଶାର ସମସ୍ତ ପାହାଡ଼ ପର୍ବତରେ ବିଭିନ୍ନ ପ୍ରଜାତିର ବିଲୁପ୍ତପ୍ରାୟ ଜଡିବୁଟି, ଜୀବଜନ୍ତୁ, ବୃକ୍ଷଳତା ପକ୍ଷୀ, ସରୀସୃପ ଗୁଡିକର ସୁରକ୍ଷା ସଂରକ୍ଷଣ ଏବଂ ପୁନଃ ଉଦ୍ଧାର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଲୋକଙ୍କ ଧାର୍ମିକ ବିଶ୍ୱାସ ସହିତ ଜଡିତ ଥିବା ପାହାଡ଼ ପର୍ବତ ଗୁମ୍ଫାରେ ଥିବା ଧାର୍ମିକ ପୀଠ ଗୁଡିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ସରକାରୀ ପ୍ରୋତ୍ସାହନ ଦେଲେ ଜଙ୍ଗଲ ପରିବେଶର ସୁରକ୍ଷା ବୃଦ୍ଧି ହୋଇପାରିବ ବୋଲି ସାଂସଦ ଶ୍ରୀ ବିଶି ମତ ପ୍ରକାଶ କରିଥିଲେ । ବୈଠକରେ ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଷ୍ଟାଣ୍ଡିଂ କମିଟିର ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଗଣ ଉପସ୍ଥିତ ଥିଲେ । ପରେ ଜର୍ମାନୀର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ଅଧିକାରୀ ଏବଂ ଭାରତୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନଙ୍କ ସହିତ ବିଶ୍ୱରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.