ତହସିଲ ପରିସରରେ ଷ୍ଟାମ୍ପ୍‌ ଭେଣ୍ଡରଙ୍କ ଦେଖାନାହିଁ : ଷ୍ଟାମ୍ପ୍‌ ନପାଇ ଲୋକେ ହଇରାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତହସିଲ ପରିସରରେ ଷ୍ଟାମ୍ପ୍‌ ଭେଣ୍ଡରଙ୍କ ଦେଖାନଥିବା ବେଳେ ଷ୍ଟାମ୍ପ୍‌ ନପାଇ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଶୁଣିବାକୁ ମିଳୁଛି ଯେ, ଷ୍ଟାମ୍ପ୍‌ର ନକଲି ଅଭାବୀ ପରିସ୍ଥିତି ସୃଷ୍ଟି କରାଯାଇ ଅଧିକ ଦରରେ ଷ୍ଟାମ୍ପ୍‌ ବିକ୍ରି କରାଯାଉଥିବା ବେଳେ ଏଥିପ୍ରତି ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅଯଥାରେ ଲୋକେ ଷ୍ଟାମ୍ପ୍‌ ଖଣ୍ଡେ ପାଇଁ ନାହିଁ ନଥିବା ଅସୁୁବିଧା ଭୋଗୁଥିବାରୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.