oum

ଦେଶର ୩୦ତମ ସ୍ଥଳସେନା ମୁଖ୍ୟ ହେଲେ ଉପେନ୍ଦ୍ର ଦ୍ୱିବେଦୀ

jsm

ନୂଆଦିଲ୍ଲୀ : ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଉପେନ୍ଦ୍ର ସ୍ଥଳସେନାର ଉପମୁଖ୍ୟ ସହ ନର୍ଦ୍ଦନ ଆର୍ମି ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୯୮୪ରେ ସେ ଜମ୍ମୁ ଓ କଶ୍ମୀର ରାଇଫଲରେ ଚାକିରି ଆରମ୍ଭ କରିଥିଲେ । ସେପଟେ କାର୍ଯ୍ୟକାଳର ଶେଷ ଦିନରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ୨୦୨୨ ଏପ୍ରିଲ ୩୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ନିଜର ୨୬ ମାସର କାର୍ଯ୍ୟକାଳରେ ସ୍ଥଳସେନାକୁ ମଜବୁତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏ ଅବସରରେ ତିନି ସେନାର ମୁଖ୍ୟ ଜାତୀୟ ସମର ସ୍ମାରକୀରେ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.