om academy

ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ

jsm

ନୂଆଦିଲ୍ଲୀ : ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ଚଳିତ ବର୍ଷର ଆଇପିଏଲ ୧୪ତମ ସଂସ୍କରଣକୁ ସ୍ଥଗିତ ରଖାଗଲା । ବିସିସିଆଇ ଉପସଭାପତି ରାଜୀବ ସୁକ୍ଳା ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ସଂକ୍ରମିତ ଖେଳାଳୀଙ୍କ ସହ ଅନ୍ୟ ଖେଳାଳୀ ସଂର୍ଶ୍ପଷରେ ଆସିଥିବା ଯୋଗୁଁ ସେମାନଙ୍କୁ ସଂଗରୋଧରେ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.