ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର କୋର୍ଟ ପରିସରରେ ପଦ୍ମପୁର ତାଳୁକ ଆଇନ ସେବା ସମିତି ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ରଥ ଅଧ୍ୟକ୍ଷତା କରି ସଭା ପରିଚାଳନା କରିଥିଲେ । ଏହି ଅବସରରେ ସବଜଜ୍‌ ଦେବାଶିଷ ଦାସ ଏସ୍‌ଡିଜେଏମ୍‌ ପ୍ରଜ୍ଞା ଲଳିତା, ଆଇନଜୀବୀ ସନ୍ତୋଷ ଶତପଥୀ ଓ ରାଧାବଲ୍ଲଭ ପାଣିଗ୍ରାହୀ ସମାଜସେବୀ ନିରୋଜ ଦୋରା ଶ୍ରମିକ ଦିବସ ଉପଲକ୍ଷେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ଓକିଲ ସଂଘ, କୋର୍ଟ କର୍ମଚାରୀ ତଥା ପିଏଲ୍‌ଭି ପ୍ରସନ୍ନ ମହାନନ୍ଦ, ଶଶୀଭୁଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.