ବେଆଇନ ଶ୍ରମିକ ଚାଲାଣ : ଧରିଲା ପୋଲିସ

କଣ୍ଟାବାଞ୍ଜି : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୨୧ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଖର୍‌ଲି ଗାଁ ଛକରେ ଚଢାଉ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ ମାମଲାରେ ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଶ୍ରମିକ ମାନଙ୍କ ମଧ୍ୟରେ ୮ ଜଣ ପୁରୁଷ , ୫ ମହିଳା ସହ ୨ ଜଣ ନାବାଳକ ପୁଅ ଅଛନ୍ତି । ଏହି ମାମଲାରେ ବୋଲେରୋ ଗାଡି ଜବତ ହୋଇଥିବା ବେଳେ ଦାଦନ ସର୍ଦାର ରମା ବିଭାର ସହ ଡ୍ରାଇଭର ଘନଶ୍ୟାମ ତାଣ୍ଡି ଗିରଫ ହୋଇଥିବା ଜଣାପଡ଼ିଛି । ଅନ୍ୟ ଏକ ମାମଲାରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୨ ପୁରୁଷ, ୩ ମହିଳାଙ୍କ ସହ ଜଣେ ଶିଶୁ ରହିଛି । ଦାଦନ ସର୍ଦାର ନାରାୟଣ ଜଗତ ଗିରଫ ହୋଇଥିବା ବେଳେ ୪ଟି ମୋଟର ସାଇକେଲ ଜବତ ହୋଇଛି । ଉଦ୍ଧାର ଦାଦନ ଶ୍ରମିକମାନେ ତୁରେକେଲା ଥାନା ବଡଡକ୍‌ଲା, ଗଭ୍‌ରା ଓ ନୂଆପଡା ଜିଲ୍ଲା ହାତୀସରା ଗାଁର ବୋଲି ଜଣାଯାଇଛି ।

Leave A Reply

Your email address will not be published.