om academy

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣେ ଶ୍ରମିକ ମୃତ

jsm

ବଲାଙ୍ଗିର : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ଖବର ମୁତାବକ, ଡୁଙ୍ଗୁରିପଡାର ଜଣେ ଡାକ୍ତରଙ୍କ ଘରେ ଗତକାଲି କୁମାର ଗଛ କାଟୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ କୁମାର । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.