jittmm
sonalika

ଦାନା ପାଇଁ ଦାଦନ ଯାଇ ଶବ ହୋଇ ଫେରିଲେ : ପ୍ରଶାସନ କିମ୍ବା ଶ୍ରମ ବିଭାଗ ପାଖରେ କିଛି ଖବର ନାହିଁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ୟାତନା ଖବର । କେବଳ ଦାନା ପାଇଁ ଜିଲ୍ଲାରୁ ଦାଦନ ଯାଉଛନ୍ତି ଲକ୍ଷାଧିକ ଶ୍ରମିକ । ଆଉ ସେଇଠି ନିର୍ଯ୍ୟାତନା ସହିତ ଅନ୍ୟ କାରଣ ଯୋଗୁଁ ଶବ ହୋଇ ଗାଁକୁ ଫେରୁଛନ୍ତି ଜଣଙ୍କ ପରେ ଜଣେ ଶ୍ରମିକ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟ କରିମନଗର ଜିଲ୍ଲା ଗୋଲାପଲ୍ଲୀ ନିକଟରେ । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର କାନ୍ତି ବରିହାଙ୍କ ପୁଅ ଖେତ୍ର ବରିହା(୨୦)କୁ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ଅବଦୁଲ ସାଜିଦ ଓରଫ କପ୍ପୁ ଖାନ ନାମକ ବ୍ୟକ୍ତି ୪୫ ହଜାର ଟଙ୍କା ଦେଇ ସୁଦୂର ତେଲେଙ୍ଗାନାକୁ ଦାଦନ ଖଟିବା ପାଇଁ ନେଇଥିଲେ । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଗତ ୨୩ ତାରିଖ ଶୁକ୍ରବାର ଦିନ ସକାଳୁ ଖେତ୍ର ବରିହାଙ୍କ ହଠାତ୍ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା କିନ୍ତୁ ଇଟାଭାଟି ମାଲିକ ତାକୁ ରାତି ୮.୦୭ ମିନିଟରେ ଡାକ୍ତରଖାନରେ ଭର୍ତ୍ତି କରିଥିଲେ ଏବଂ ଏହାର ୨୭ ମିନିଟ ପରେ ଖେତ୍ର ବରିହାର ପ୍ରାଣବାୟୁ ଉଡିଯାଇଥିଲା । ଇଟାଭାଟି ମାଲିକର ନିର୍ଯ୍ୟାତନା ଏବଂ ବେପରୁଆକୁ ନେଇଁ ଖେତ୍ର ବରିହାର ମୃତ୍ୟୁ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ପରିବାର ଲୋକ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ଡରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ସର୍ଦ୍ଦାର ତରଫରୁ ଯାଇଥିବା ଦାଦନ ଶ୍ରମିକ ବାହାର ରାଜ୍ୟରେ ନିର୍ଯ୍ୟାତିତ ହୋଇ ମୃତ୍ୟୁ ମୁଖରେ ପଡି ଘରକୁ ଫେରିଥିବା ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଗତ ୬ମାସ ମଧ୍ୟରେ ବହୁ ସଂଖ୍ୟାରେ ଦାଦନଙ୍କ ମୃତ୍ୟୁ ହେଇ ସାରିଲାଣି କିନ୍ତୁ ଶ୍ରମ ବିଭାଗ ଏଥିପ୍ରତି ନିରବଦ୍ରଷ୍ଟା ସାଜିଛି । ଅନ୍ୟପଟେ ସରକାର ଦାଦନ ଶ୍ରମିକଙ୍କ ନାଁରେ କରୁଥିବା କାର୍ଯ୍ୟକ୍ରମ ଏବଂ ଯୋଜନା ରାସ୍ତାରେ ପଡି ଦାଣ୍ଡରେ ଗଡୁଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.