୰ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ର୍ଗତ ନିମାଇଁ ଚରଣ ପାଣିଗ୍ରାହୀ ବିଶେଷତଃ ପଶ୍ଚିମ ଓଡିଶାର ସମସ୍ତ ଭାଷା ଓ ସଂସ୍କୃତି ପ୍ରେମୀଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ସମଗ୍ର ଜୀବନ କାଳକୁ ଆପଣାର ମାତୃଭାଷା କୋସଲି, କୋସଲାଁଚଲର ସଂସ୍କୃତି ଓ ଐତିହ୍ୟ ପାଖରେ ସମର୍ପି ଦେବାର ଏକମାତ୍ର ବ୍ୟକ୍ତିତ୍ୱ ଥିଲେ ନିମାଇଁ ଚରଣ । ହଜାର ହଜାର ବର୍ଷ ଧରି ଏଇ ଅଂଚଳର ଜନସାଧାରଣ ବ୍ୟବହାର କରି ଆସୁଥିବା ଭାଷା, ରୀତରିକମା, ପର୍ବପର୍ବାଣୀ, ସାମଗ୍ରୀ, ପୁସ୍ତକ, ସଂଗୀତାଦି ଉପରେ ଗବେଷଣାତ୍ମକ ପ୍ରବଂଧମାନ ଉପସ୍ଥାପନ କରି ସେ ଏକ ପୁନରୁଦ୍ଧାରର ପ୍ରବର୍ତ୍ତକ ଥିଲେ । ପଶ୍ଚିମ ଓଡିଶାର ଗାଆଁ ଗାଆଁ ଘର ଘର ଏବଂ ପ୍ରତ୍ୟେକ ଜନ ସାଧାରଣଙ୍କୁ ଭେଟି ଯୋଗାଡ କରୁଥିଲେ ଏ ଅଂଚଳର ବିଲୁପ୍ତପ୍ରାୟ ବ୍ୟବହୃତ ସାମଗ୍ରି ତଥା ଫସଲର ବିହନ । ସେ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ନିଜର ଗୃହକୁ କୋସଲି କୁରିଆ ସଂଗ୍ରହାଳୟର ରୂପ ଦେଇଥିଲେ । କୋସଲି ଭାଷାର ସୁରକ୍ଷା ଓ ସାଂବିଧାନିକ ସ୍ୱୀକୃତି ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇ ଆସିଥିଲେ ନିମାଇଁ ଚରଣ । ଭାଷା ଆନ୍ଦୋଳନର ମହାରଥି ଥିଲେ । ତାଙ୍କର ଅବର୍ତ୍ତମାନ କୋଶଳାଞ୍ଚଳକୁ ଶୋକାକୁଳ କରିଛି । କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ତରଫରୁ ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ । ସଭାପତି ଦିଲ୍ଲୀପ କୁମାର ପସାୟତଙ୍କ ଆହ୍ୱାନ କ୍ରମେ, ସ୍ଥାନୀୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି, କୋସଲି ସାଂସ୍କୃତିକ ମହାଯୋଟ, ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜ୍ୟୋତି ପ୍ରକାଶ ଗଡତ୍ୟା, ଟିକେଲାଲ ବେହେରା, ନୀଳମଣି ସାହୁ, ହେମେନ୍ଦ୍ର ହାଁସଦା, ପଦ୍ମ ପଧାନୀ, ନିତ୍ୟାନନ୍ଦ ମାଝୀ, ଥବିର ଭାଇ ବୃନ୍ଦାବନ କୁମ୍ଭାର, ନରସିଂହ ସାହୁ, ସେବକ ଚରଣ ଦାଶ ଏବଂ ଉପସ୍ଥିତ କବି, ଲେଖକ, ଗୁଣଗ୍ରାହୀ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଚଳିତ ବର୍ଷରୁ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ତରଫରୁ ନିମେଇଁ ପାଏନଗିରି ସୁରତା ‘କୋସଲି ଐତିହ୍ୟ’ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ଜଣାଇଛନ୍ତି ।

Leave A Reply

Your email address will not be published.