ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗୀଆ ଓରାମଙ୍କ ଦଶାହ ଶ୍ରାଦ୍ଧକ୍ରିୟା ଦିବସରେ ପହଞ୍ଚିଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗୀଆ ଓରାମଙ୍କ ଦଶାହ ଶ୍ରାଦ୍ଧ କ୍ରିୟା ଦିବସରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଣାଇ ବିଧାନସଭା ଅନ୍ତର୍ଗତ ତାଙ୍କ ବାସଭବନ କେନ୍ଦୁଡିହି ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଉରକେଲା ବିମାନ ବନ୍ଦରରେ ଆସି ପହଂଚିଥିଲେ । ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ, ଓଡ଼ିଶା ପ୍ରଶାସନ ତରଫରୁ ଜିଲ୍ଲାପାଳ ମନୋଜ ମହାଜନ, ଡି.ଆଇ.ଜି ବ୍ରିଜେଶ ରାୟ, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ରାଉଲକେଲା ଇସ୍ପାତ କାରଖାନା ତରଫରୁ ଡି.ଆଇ.ସି ଅତନୁ ଭୌମିକ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପୂର୍ବତନ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ ଶଶାଙ୍କ ଶେଖର ଜେନା, ଜିଲ୍ଲା ସମ୍ପାଦକ ଅଜୟ କାଂସାରୀଙ୍କ ସମେତ, ଜିଲ୍ଲା କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.