ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଯିବା ରାସ୍ତାରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅବସ୍ଥିତ ଏହାର ପ୍ରତିଷ୍ଠାତା ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ ତଥା ଲିଟିଲ ମଦର ଟେରେସା ପାର୍ବତୀ ଗିରୀଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶନିବାର ଅନ୍ତେବାସୀ ମାନଙ୍କ ଦ୍ୱାରା ପାଳିତ ହୋଇ ଯାଇଛି । ଭୋରରୁ ଅନ୍ତେବାସୀ ମାନେ ରାମଧୂନ ଗାନ କରି ନିକଟସ୍ଥ ଜର୍ଜଗଡ଼ ଗ୍ରାମ ପର୍ଯ୍ୟନ୍ତ ପ୍ରଭାତ ଫେରି କରିଥିଲେ। ସକାଳ ୮ଟାରେ ନୃସିଂହନାଥ ମନ୍ଦିର ଯାଇ ସେଠାରେ ଥିବା ପବିତ୍ର ଝରଣାରେ ତିଳ ତର୍ପଣ କରାଯାଇଥିଲା । ପଣ୍ଡିତ ପ୍ରେମାନନ୍ଦ ଦେବତା ପୂଜା ଅର୍ଚ୍ଚନା ସାହାର୍ଯ୍ୟ କରିଥିଲେ । ଏହା ପରେ ପାର୍ବତୀ ଗିରିଙ୍କ ସମାଧି ପୀଠରେ ଦୀପ ପ୍ରଜ୍ୱଳନ ସହ ଚତୁପାର୍ଶ୍ଵରେ ଫୁଲ ସଜାଇ ପୂଜା କରାଯାଇଥିଲା । ମାତୃ ନିକେତନ ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଅନ୍ତେବାସୀ ମାନେ । ଏଥିରେ ନିରୁପମା ମହାପାତ୍ର, ନିର୍ମଳ ଗିରି, ଯଶୋବନ୍ତି ଭୋଇ, ଶୁଭ୍ରକାନ୍ତି ନାୟକ, ସଂଜୀବ ଦାଶ, ସରୋଜ ପଧାନ, ସୁରଭି ବାରିକ, ଲିଜା ପାଣ୍ଡେ, ଚନ୍ଦ୍ରଶେଖର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏକ ଶ୍ରଦ୍ଧାଞୀଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିରୁପମା ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବଡମାଁ ପାର୍ବତୀ ଗିରିଙ୍କ ଜୀବନୀ ବିଷୟରେ ଗୌରିଶଙ୍କର ଗିରି, ବଡ ଶତପଥୀ, ନଗେନ୍ଦ୍ର ପାଣିଗ୍ରାହୀ, ହରିବନ୍ଦୁ ଜେନା ଅତିଥି ମାନେ ଯୋଗଦେଇ ଅନ୍ତେବାସୀଙ୍କୁ ଦିଗ ଦର୍ଶନ ଦେଇଥିଲେ । ସଭା ଆରମ୍ଭରୁ ବଡମାଁ ପାର୍ବତୀ ଗିରିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ଅଗ୍ରୱାଲ, ଡା.ସୁରେଶ ଅଗ୍ରୱାଲ, ସୁରଥ ସାହୁ, ନିରୋଜ କୁମାର ପାଣୀ, କୁଞ୍ଜ ସାହୁ, କୈଳାଶ ଦିଶ୍ରୀ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଅନୁଷ୍ଠିତ ବକ୍ତୃତା, ସଙ୍ଗୀତ, ସାଧାରଣ ଞାନ, ମ୍ୟାଜିକ ଚେୟାର ପ୍ରତିଯୋଗିତାରେ ଅଂଶଗ୍ରହଣ ଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ନିର୍ମଳ ଗିରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.