ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

ତୁରେକେଲା, (କୈଳାଶ ସଗ୍ରିଆ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରବିବାର ତାଙ୍କ ଜନ୍ମ ବାର୍ଷିକୀରେ ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନ୍‌ ସିଲେଟ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଅବସରରେ ଅସହାୟ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ କପଡା ସହିତ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସଂଘର ସଭାପତି ରୋହନ ମହତ, ସମ୍ପାଦକ ମୋହନ ସୁନା, ଉପସଭାପତି ରାଜେଶ ମହାନନ୍ଦ, କୋଷାଧ୍ୟକ୍ଷ ସୁମନ ମହତ, ସଭ୍ୟ ଦୁର୍ଗେ ତାଣ୍ଡି, ମିଳନ ସୁନା, ରିତିକ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.