ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନରେ ଆଦିତ୍ୟ ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ସନାତନ ଧର୍ମର ଅନନ୍ୟ ଅଗ୍ରଣୀ ଅପ୍ରତିମ ନାୟକ, ଶ୍ରୀରାମ ସେତୁ ରକ୍ଷକ, ଶ୍ରୀରାମ ରାଜ୍ୟ ପରିଷଦର ପ୍ରଥମ ଅଧ୍ୟକ୍ଷ, ଶ୍ରୀରାମ ଜନ୍ମଭୂମି ନିମନ୍ତେ ସୁଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିଥିବା, ଗୋରକ୍ଷା ଆନ୍ଦୋଳନର ପ୍ରଥମ ସତ୍ୟାଗ୍ରହୀ ତଥା ଦ୍ୱାରକା ପୀଠାଧୀଶ୍ୱର ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ଵତୀ ମହାଭାଗ ତାରିଖ ୧୧.୦୯.୨୨ ଅପରାହ୍ନ ଘ ୩.୨୧ ମି. ସମୟରେ ୯୯ ବର୍ଷରେ ବ୍ରହ୍ମଲୀନ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ଼ ବଟେଶ୍ୱର ବାବା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ପୀଠ ପରିଷଦ, ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ପକ୍ଷରୁ ଆୟୋଜିତ ଉକ୍ତ ଶୋକସଭାରେ ଶହ ଶହ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପଶ୍ଚିମାଳ ସମ୍ପର୍କ ସଚିବ ବିଜୟ କୁମାର ମିଶ୍ର ସ୍ୱାମୀଙ୍କ ଜୀବନ କାଳ ମଧ୍ୟରେ ସନାତନ ଧର୍ମର ହିତ ପାଇଁ କରିଯାଇଥିବା ଉଲ୍ଲେଖନୀୟ ଅବଦାନକୁ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.

error: Content is protected !!