ଅଶ୍ୱତ୍‌ଥ ପତ୍ରରେ ରାଇମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଯୁବ ଚିତ୍ରଶିଳ୍ପୀ ମନୋଜ

କଟକ : ଯୁବ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ ଅଶ୍ୱତ୍‌ଥ ପତ୍ରରେ ଅଭିନେତା ରାଇମୋହନଙ୍କ ଚିତ୍ର ଆଙ୍କି ନିଆରା ଢ଼ଙ୍ଗରେ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କର ଏହି ଚିତ୍ର ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରସଂଶା ସାଉଣ୍ଟିଛି । ଅଭିନେତା ରାଇମୋହନଙ୍କ ମୃତ୍ୟୁପରେ ସମସ୍ତେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛନ୍ତି । କଟକରେ ରହୁଥିବା ଚିତ୍ରଶିଳ୍ପୀ ଅଶ୍ୱତ୍‌ଥ ପତ୍ରରେ ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ପେଶାରେ ଜଣେ ଶିକ୍ଷକ । ସେ କଟକରେ ରହି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ପିଲାଟି ବେଳୁ ଚିତ୍ର ଆଙ୍କିବା ତାଙ୍କର ଏହି ନିଶା ରହିଥିଲା । ଏହାକୁ ପର୍ଯ୍ୟନ୍ତ ସେ ବଜାୟ ରଖିଛନ୍ତି । କେତେବେଳେ ଚାଉଳରେ ତ ଆଉ କେତେବେଳେ ଅଶ୍ୱତ୍‌ଥ ପତ୍ରରେ ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣୁଛନ୍ତି ।

Leave A Reply

Your email address will not be published.