oom

ଡେଲାଙ୍ଗ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବାର୍ଷିଜ କ୍ରୀଡା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଶିକ୍ଷା କର୍ମଚାରୀମାନେ ସାମୁହିକ ଭାବେ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏକ ବିଶାଳ ମଶାଲ ଶୋଭାଯାତ୍ରରେ ମହାବିଦ୍ୟାଳୟ ପରିସରରେ ପହଁଞ୍ଚି ଶପଥ ପାଠ ପରେ କ୍ରୀଡା ଉତ୍ସବକୁ ଶୁଭ ଉଦ୍‌ଘାଟନ କରାଯାଇଥିଲା । ଛାତ୍ରୀମାନଙ୍କ ମଧ୍ୟରେ ସ୍କିପିଙ୍ଗ ଏବଂ ଉଭୟ ଛାତ୍ରଛାତ୍ରୀ ମଧ୍ୟରେ କ୍ୟାରମ, ଚେସ୍‌ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଏହା ଆସନ୍ତା ୨୧ ଡିସେମ୍ବର ୨୪ରେ ଉଦ୍‌ଯାପିତ ହେବ ବୋଲି ଅଧକ୍ଷ ସରୋଜ କୁମାର ବଳିୟାରସିଂହ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମନୋଜ କୁମାର ରଣସିଂ, ଜିତେନ୍ଦ୍ର କୁମାର ମଲ୍ଲିକ, ସୁମନ୍ତ ତରାଇ, ଅଧ୍ୟାପିକା ଗୀତାଞ୍ଜଳି ସାହୁ, ସୁକାନ୍ତି ସେଠି, ଭୂମିକା ଜାଲ୍ଲୀ, ତନ୍ମୟୀ ମହାପାତ୍ର ଏବଂ ଗଙ୍ଗାଧର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.