oom

ଜବାହାରଲାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାକୁ ସ୍ଥାନୀୟ ସରପଞ୍ଚ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଚୈତନ୍ୟ ପଣ୍ଡା ଓ ଆଲୁମିନି କମିଟି ସଭାପତି ଅନନ୍ତ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୮ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ କ୍ରିଷ୍ଣା ସ୍ୱାଇଁ ଓ ବାଳିକା ବିଭାଗରେ ରୀନା ସାହୁଙ୍କୁ ଚାମ୍ପିୟନ ଘୋଷଣା କରାଯାଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ନିରୋତ୍ତମା ବିଶ୍ୱାଳ ଖେଳ ପରିଚାଳନା କରିଥବା ବେଳେ ଶିକ୍ଷକ ସୁଧାଂଶୁ ପ୍ରଧାନ, କାହ୍ନୁଚରଣ ଧରୁଆ, ପଙ୍କଜ ମେହେର, ପ୍ରଦୀପ ଦଣ୍ଡସେନା, ରଂଜିତ ମିଶ୍ର, ସଂଜୀବ ମିଶ୍ର, ସୁଜିତ ଧରୁଆ, ପ୍ରମୋଦ ବିଶ୍ୱାଳ, ଅଶ୍ୱିନୀ ମହାଳିଙ୍ଗ, ଶିକ୍ଷୟତ୍ରୀ ସୁଷମା ମେହେର, ସୁବାସିନୀ ସେଠି, ପ୍ରତିଶା ମିଶ୍ର, ସୁମିତ୍ରା ସୁତାର, ରଶ୍ମିତା ନନ୍ଦ ଓ ଶିକ୍ଷା କର୍ମଚାରୀ ଜଗନ୍ନାଥ ଯୋଶୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.