କବିସୂର୍ଯ୍ୟନଗରର ଗୋଟିଏ ପରିବାର ଉପରେ ସଂଘବଦ୍ଧ ସଶସ୍ତ୍ର ଆକ୍ରମଣ : ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ଗଞ୍ଜାମ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରସ୍ଥ

  • ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପରିବାରଙ୍କୁ ନିରାପତ୍ତା ଯୋଗାଇଦେବାକୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ ଜିଲ୍ଲା ମହକୁମାଠାରୁ ଅନତି ଦୂରରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ, ସହରାଞ୍ଚଳମାନଙ୍କରେ ଲୋକଙ୍କ ନ୍ୟାର୍ଯ୍ୟ ଦାବୀ ପହଞ୍ଚିପାରୁନି, ଏଣେ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ୫ଟି ଶାସନ ସୁବିଧା ଲୋକେ ଉପଲବ୍ଧି କରିପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଲୋକଙ୍କ ଧନଜୀବନ ପ୍ରତି ବିପଦ ରହିଛି ବୋଲି ମତ ପ୍ରକାଶ ପାଉଛି । ଲୋକେ ନିରାପଦ ମଣୁନାହାନ୍ତି । ପୋଲିସ ପ୍ରତି ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଯାଇଛି ବୋଲି ସାଧାରଣରେ ଜଜ୍‌ର୍ା ହେଉଛି । ଗୁଣ୍ଡାଗିରି, ଚୋରୀ, ଡାକାୟତି, ଅସାମାଜିକ, ରାହାଜାନି, ବଳତ୍କାର, ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ପୋଲିସ ଥାନାମାନଙ୍କରେ ମୋ ସରକାର କାର୍ଯ୍ୟକାରୀ ହୋଇପାରିନାହିଁ ତେଣୁ ଜନ ଅସନ୍ତୋଷ ଦେଖାଦେଇଛି । ଏଭଳି ଅନେକ ବିଷୟରେ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟଠାରେ ଅନେକ ଅଭିଯୋଗ ଆସୁଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଗତ ୧୬ ତାରିଖରେ ଗଞ୍ଜାମ କବିସୂର୍ଯ୍ୟନଗର ସହରାଞ୍ଚଳର ବାଙ୍କି ବେହେରାସାହିର ଶଙ୍କର ନାୟକଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପରିବାର ଉପରେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପରିବାରଙ୍କୁ ସୁରକ୍ଷା ପ୍ରଦାନ ନେଇ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗୁରୁବାର ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ପରିବାରର ସମସ୍ତ ସଦସ୍ୟ ହେଡ-କ୍ୱାଟର ଛତ୍ରପୁର ଆସି ଏସ୍‌ପିଙ୍କ କାର୍ଯ୍ୟଳେୟରେ ପହଞ୍ଚି ଦାୟିତ୍ୱରେ ଥିବା ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟିଥିଲେ । ମାନବିକ ଅଧିକାର ଉଲଂଘନ ଭଳି ନିର୍ୟାତନା ସହ ମହିଳା ଓ ସପରିବାରଙ୍କ ଉପରେ ଆତର୍କିତ ସଶସ୍ତ୍ର ଆକ୍ରମଣ ଘଟଣାରେ ପୋଲିସ କାହାରିକୁ ଗିରଫ ନ କରିବା ଘଟଣା ଅତ୍ୟନ୍ତ ଲଜ୍ୟା, ଅମାନୁଷିକ, ଦାରୁଣଦୁଃଖ ଓ ପରିତାପର ବିଷୟ ହୋଇଛି । ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନିଜେ ରବିବାର ଯାଇ ତଦନ୍ତ କରିବି ଏବଂ ଯିଏ ବି ଏଥିରେ ସମ୍ପୃକ୍ତ ଥିବେ ତାହା ତଦନ୍ତରେ ଜଣାପଡିବ ଏବଂ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ସେଠୀ ଉକ୍ତ ପରିବାରଙ୍କୁ ଆଶ୍ୱାସନ ଦେଇ କହିଛନ୍ତି । ଏମାନଙ୍କ ଲିଖିତ ଓ କହିବା ବୟାନ ଅନୁଯାୟୀ ପୂର୍ବ ଶତୃତାକୁ ନେଇ ୧୬ ତାରିଖ ସଂନ୍ଧ୍ୟାରେ ଶଙ୍କର ନାୟକଙ୍କ ଘରେ କେତେକ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ ସହ ତାଙ୍କ ବାପା ବାବୁ ନାୟକ ଓ ଭାଇ ଶିବ ନାୟକଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ । ଏମାନଙ୍କୁ ଚିକିତ୍ସା ଲାଗି କବିସୂର୍ଯ୍ୟନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ବେଳେ ହସ୍ତକ୍ଷେପ କରିବାରୁ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଶିବ ନାୟକ ଏବେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବିଷୟରେ ଅତିରିକ୍ତ ଏସ୍‌ପିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଆକ୍ରମଣ ବେଳେ ସମସ୍ତ ସିସି କ୍ୟାମେରା ଫୁଟେଜ୍ ମଧ୍ୟ ଅତିିରକ୍ତ ଏସପିଙ୍କୁ ପରିବାରବର୍ଗ ଦେଖାଇଥିଲେ । ଏନେଇ ଆହତ ଶଙ୍କରଙ୍କ ପକ୍ଷରୁ କବିସୂର୍ୟ୍ୟନଗର ଥାନାରେ ଏତଲା ଦିଆଯାଇଥିଲା । ଏଥିରେ ୬ ଜଣଙ୍କ ନାଁ ଉଲ୍ଲେଖ ରହିଥିଲେ ହେଁ ମାତ୍ର ୨ ଜଣଙ୍କ ଉପରେ ସାମାନ୍ୟ ଦଫା ଲଗାଇ ପୋଲିସ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଛି । ଏପରିକି ସିସି କ୍ୟାମେରା ଫୁଟେଜ୍କୁ ମଧ୍ୟ ପୋଲିସ ନେଇନଥିଲା ବୋଲି ଅତିରିକ୍ତ ଏସ୍‌ପିଙ୍କୁ ଦୃଷ୍ଟି-ଆକର୍ଷଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତଙ୍କୁ ଗିରଫ କରାଯିବା ସହ ସୁରକ୍ଷା ଯୋଗାଇଦେବାକୁ ଉକ୍ତ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.