ନୂତନ ସଫ୍ଟୱେର ବୈଷୟିକ କାର୍ଯ୍ୟର ପ୍ରଚଳିତ ନିମନ୍ତେ ବ୍ରହ୍ମପୁର ମୁଖ୍ୟଡାକଘର ସହ ସମସ୍ତ ଡାକଘରମାନଙ୍କରେ ଜୁଲାଇ ୧୪ ସୋମବାର ଦିନ ଡାକସେବା ବନ୍ଦ ରହିବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକ ବିଭାଗରେ ଅଧୂନା ବ୍ୟବହୃତ ହେଉଥିବା ସାପ୍ ସଫ୍ଟୱେର ବଦଳରେ ନିଜସ୍ଵ ଡିଜାଇନେଡ୍ ଆଇ.ଟି.- ୨.୦ ସଫ୍ଟୱେର ପ୍ରଚଳିତ ହେବାକୁ ଯାଉଛି । ଏହି ସଫ୍ଟୱେର ର ଆରମ୍ଭ ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ରେଶମ ସହର ବ୍ରହ୍ମପୁରର ମୁଖ୍ୟ ଡାକଘର ଓ ତାହା ଅନ୍ତର୍ଗତ ସମସ୍ତ ଉପ-ଡାକ ଘରେ ଚଳିତ ମାସରୁ ପ୍ରଚଳିତ କରାଯିବାକୁ ଡାକ ବିଭାଗ ଦ୍ଦ୍ୱାରା ସ୍ଥିରୀକୃତ ହୋଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେ’ ଏହି ସଫ୍ଟୱେର ପ୍ରଚଳନ ଦ୍ଵାରା ଡାକସେବା ଅଧିକ ତ୍ୱରାନ୍ୱିତ ହେବା ସଙ୍ଗେ ସଙ୍ଗେ ନେଟୱାର୍କ ଇସୁ ଜନିତ ସମସ୍ୟା ପ୍ରଭୃତିକୁ ଅପେକ୍ଷାକୃତ ସହଜ, ସରଳ ତଥା ତତକ୍ଷଣାତ୍ ସମାଧାନ କରିହେବ । ଆଇ : ଟି ୨. ୦ ସଫ୍ଟୱେର ପ୍ରଚଳନ ସକାଶେ ବ୍ରହ୍ମପୁର ଡାକ ମଣ୍ଡଳର ସବୁ ପ୍ରାକ୍ ପ୍ରସ୍ତୁତି ସରି ଯାଇଥିବା ବେଳେ ଆସନ୍ତା ୧୫ ଜୁଲାଇରୁ ବ୍ରହ୍ମପୁର ମୁଖ୍ୟ ଡାକଘର ଓ ତା’ର ଅଧୀନସ୍ଥ ସମସ୍ତ ଡାକ ଘରେ ଆଇ : ଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ହେବା । ଏଣୁ ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ବୈଷୟିକ କାରଣରୁ ଆସନ୍ତା ସୋମବାର ୧୪ଜୁଲାଇ ୨୦୨୫ ତାରିଖ ଦିନ ବ୍ରହ୍ମପୁର ମୁଖ୍ୟ ଡାକ ଘର ଓ ତାର ଅନ୍ତର୍ଗତ ସମସ୍ତ ଉପ-ଡାକଘର ତଥା ଶାଖା ଡାକଘର ଗୁଡିକରେ ଡାକସେବା ବନ୍ଦ ରହିବ । ଏ ଦିଗରେ ସଂପୃକ୍ତ ଅଞ୍ଚଳର ଜନସାଧାରଣ, ଡାକଘର ଗ୍ରାହକ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବିଭିନ୍ନ କର୍ମଚାରୀ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହଯୋଗ କରିବା ନିମନ୍ତେ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ।