oom

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ ସ୍ୱର୍ଗୀୟ ମନମୋହନ ସିଂଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଅନ୍ୟ ପ୍ରମୁଖମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ବ୍ୟାଖ୍ୟା କରିଥିଲେ । ଏହି ଶୋକ ସଭାରେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, କଂଗ୍ରେସ କୃଷକ ରାଜ୍ୟ ଉପ ସଭାପତି ପି. ଦେବେନ୍ଦ୍ର ରାଓ, କଂଗ୍ରେସ ସେବାଦଳ ଜିଲ୍ଲା ସଭାପତି ଅନିଲ ଜେନ, ଡ଼ଙ୍ଗାସିଲ ଜିପି କଂଗ୍ରେସ ସଭାପତି କବିରାଜ ନାଏକ, ପାଇଲୋ ମାଝୀ ପୀତବାସ ନାଏକ, ରାଜେନ୍ଦ୍ର ନାଏକ, ଅଶୋକ ମାଝୀ, ସୁରତ ଗଉଡ଼ ଏବଂ କାଶୀପୁର କଂଗ୍ରେସ ନାରୀ ସଭାନେତ୍ରୀ ଗୌରୀ ନାଏକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ନବକିଶୋର ଚମ୍ପତି ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୨ ମିନିଟ୍‌ ନିରବ ପ୍ରାର୍ଥନା ଶେଷ ହେବା ପରେ ନବକିଶୋର ଚମ୍ପତି ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଶ୍ରୀ ସିଂଙ୍କ ଆମ ଦେଶରେ ତାଙ୍କ ପ୍ରମୁଖ ଭୂମିକା ଯାହା ଦେଶରେ ଜାତୀୟ ଅର୍ଥନୀତିକୁ ସଶକ୍ତିକରଣ କରିବାରେ ସଫଳ ଏବଂ ଶାନ୍ତିପ୍ରିୟ ରାଜନେତା ରୁବେ ଆଜି ବିବେଚନା ହୋଇଛନ୍ତି ବୋଲି ସଂକ୍ଷିପ୍ତରେ ବକ୍ତବ୍ୟ ଶେଷ କରିଥିଲେ ।

jittmm
Leave A Reply

Your email address will not be published.