jayashree

ସିଭିଲ କୋର୍ଟ କର୍ମଚାରୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲକୋର୍ଟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ମୁରିବାହାଲ କୋର୍ଟରେ କାର୍ଯ୍ୟରତ ପ୍ରେସେସ୍‌ ସର୍ଭର ବିଶ୍ୱନାଥ ପରିଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ କୋର୍ଟର କର୍ମଚାରୀ ଓ ବିଚାରପତି ତଥା ଆଇନଜୀବୀମାନଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଥାଉକି ଶ୍ରୀ ପରିଡା ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ପାଟଣାଗଡ ମେଡିକାଲ ଓ ପରେ ବଲାଙ୍ଗିରକୁ ସ୍ଥାନାନ୍ତର କରୁଥିବା ସମୟରେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ଶ୍ରୀ ପରିଡା ଜଣେ କର୍ତ୍ତବ୍ୟନିଷ୍ଠ ମେଳାପି ସ୍ୱଭାବର କର୍ମଚାରୀ ଥିଲେ । ଏହି ଶୋକସଭାରେ ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନା, ଓକିଲ ସଙ୍ଘ ସଭାପତି ଅମରେଶ ତ୍ରିପାଠୀ ତଥା କୋର୍ଟର ସମସ୍ତ ବିଚାରପତି, କର୍ମର୍ଚାରୀ ଓ ଆଇନଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.