ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ୧୯୬୦ ଓ ୧୯୬୧ ବେଚ୍ର ୩ ଜଣ ପୁରାତନ ଛାତ୍ର ଡାକ୍ତର ଶେଷଦେବ ମିଶ୍ର, ଶିକ୍ଷକ କୁଳମଣି ମିଶ୍ର ଓ ଶିକ୍ଷକ କଲ୍ୟାଣ କୁମାର ମିଶ୍ରଙ୍କ ପରଲୋକ ହୋଇଯାଇଅଛି । ସେମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଶୋକ ସଭାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ନୀଳାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକ ସଭାରେ ବିଧୁ ଭୂଷଣ ନାୟକ, ବିବେକାନନ୍ଦ ମିଶ୍ର, ଗୋପାଳ ଚନ୍ଦ୍ର ନାୟକ, ସୁଧାଂଶୁ ଶେଖର ଦର୍ଜି, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଶଙ୍କର ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ପାଠାଗାରର ସଭାପତି ପ୍ରକାଶ ଚନ୍ଦ୍ର ନେପାକ ଓ ଭଗବାନ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗୋପାଳ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।