ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଦ୍‌ଗତି ପାଇଁ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ସେବା ଜଗତ ତରଫରୁ ଘଟିଥିବା ଦୁଃଖଦାୟକ ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନଙ୍କ ସ୍ମରଣରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବୁରାଟ ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ହେମନ୍ତ ସାହୁ, ସଂଯୁକ୍ତା ପୁରୋହିତ, ଶିକ୍ଷକ ଶମ୍ଭୁ ଭୂଷଣ ସାହୁ, ସିଆର୍‌ପି ସବିତା ସ୍ୱାଇଁ, ସେବା ଜଗତ କର୍ମୀ କୌରବ ସାହୁ, ସୁନୀତା ତାଣ୍ଡି, ଶଙ୍କର ସୁନା, ଶିବ ପ୍ରସାଦ ବେହେରା, ଆରାଧ୍ୟା ବାରିକ, ବୁରାଟ ଗ୍ରାମବାସୀ କୃଷ୍ଣଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ବିଶି, ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.