ପୂର୍ବ ସଂପାଦକଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ସଂପାଦକ ଛବିଚନ୍ଦ୍ର ପୁଟେଲଙ୍କ ପରଲୋକ ହୋଇଥିବାରୁ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ପୁଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ନରେଶ ଚନ୍ଦ୍ର ମିଶ୍ର, ରେବତ ଜାଲ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ବିଜୟ ମିଶ୍ର ଓ ଚିନ୍ମୟୀରାଣୀ ମିଶ୍ର ସ୍ୱର୍ଗତ ପୁଟେଲଙ୍କ ଏହି ଶିକ୍ଷାନୁଷ୍ଠାନ ପ୍ରତି ଥିବା ଅବଦାନ ସର୍ମ୍ପକରେ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.