ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସଂଘର ଉପଦେଷ୍ଟା ସ୍ୱର୍ଗତ ଡା.ଜୟକୃଷ୍ଣ ଦାସ ଶର୍ମାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଦାସ ଶର୍ମାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସଭ୍ୟ ପ୍ରଭାକର ମିଶ୍ର, ସାଧାରଣ ସଂପାଦକ ମଲିଆ ଗଡୁଆ ସ୍ୱର୍ଗତ ଦାସଶର୍ମାଙ୍କର ସ୍ମୃତି ଚରଣ କରିଥିଲେ । ଏହି ସ୍ମୃତିଚରଣ ସଭାରେ ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର, ହରେକୃଷ୍ଣ ପଟେଲ, ପୂର୍ଣ୍ଣଚନ୍ଦ୍ର ମେହେର, କୃଷ୍ଣଚନ୍ଦ୍ର ନାଥ, ଲୋକନାଥ ନେପାକ, ନରସିଂହ ରାଓ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!