ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ସୁଧିର ରଂଜନ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ତେଲିଗୋଠ ପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ଲାଇବ୍ରେରୀ ସଭା କକ୍ଷରେ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂପାଦକ ମଧୁ ସାହୁ, କ୍ରୀଡା ସଂପାଦକ ଧିରେନ୍ଦ୍ର ନାରାୟଣ ସିଂଦେଓ, ଡ. ପ୍ରେମଚାନ୍ଦ ମହାନ୍ତି, ଆଦ୍ୟାଶକ୍ତି ନାରୀ ସଂଗଠନର ସଭାପତି ମାଳତି ଉଦ୍ଗାତା, ଧର୍ମବ୍ରତ ରଥ ନିଜ ନିଜ ବକ୍ତବ୍ୟରେ ସୁଧିର ରଂଜନ ମିଶ୍ରଙ୍କ ଶିଶୁ ବିକାଶ କେନ୍ଦ୍ର ପ୍ରତି ଥିବା ଅବଦାନକୁ ସ୍ମରଣ କରିଥିଲେ । ଏହି ଶୋକ ସଭାରେ ନିହାରିକା ମିଶ୍ର, ଦୁର୍ଗା ସାହୁ, ସିତାଂଶୁ ନାୟକ, ପ୍ରଦୀପ ପଶାୟତ, କପିଳ ପତି, ପ୍ରଶାନ୍ତ ଷଡଙ୍ଗୀ, ହୃଷିକେଶ ପୁରୋହିତଙ୍କ ସହିତ ଅନେକ ସଭ୍ୟ ସଭ୍ୟା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।