centurian jitm

ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ କବି ଏବଂ ବିଦ୍ୱାନ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି :
“ଶ୍ରୀ ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏହି ଦୁଃଖଦ ମୁହୁର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି : ପ୍ରଧାନମନ୍ତ୍ରୀ @narendramodi”

Leave A Reply

Your email address will not be published.