ବ୍ରହ୍ମଚାରୀଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ବେଣାପଞ୍ଜୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ବାସିନ୍ଦା ତଥା ଶାନ୍ତିପ୍ରିୟ ମଣିଷ ବ୍ରହ୍ମଚାରୀ ପ୍ରଧାନଙ୍କ( ୯୩) ବୟସରେ ସୋମବାର ରାତିରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ବ୍ରହ୍ମଚାରୀ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ, ସମାଜସେବୀ ଓ ସରଳ ପ୍ରକୃତିର ଭଲ ମଣିଷ ଥିଲେ । ବହୁ ବ୍ୟକ୍ତିବିଶେଷ, ବନ୍ଧୁ ପରିଜନ ଦିବଂଗତ ପ୍ରଧାନଙ୍କ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟାର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଥିଲା । ତାଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀନିବାସ ପ୍ରଧାନ ମୁଖାଗ୍ନି ଦେବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.