foot

ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଖ୍ୟାତିନାମା ଅନୁଷ୍ଠାନ ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଇତିମଧ୍ୟରେ ବିୟୋଗ ହୋଇଯାଇଛି । ଦୀର୍ଘ ଦିନଧରି ସେ ଶାରୀରିକ ପୀଡ଼ିତ ଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସେ ନିୟୋଜିତ ଥିବା ଛତ୍ରପୁରର କଳା ବିକାଶ କେନ୍ଦ୍ରରେ ତାହାଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶୋକସଭାରେ ଅନୁଷ୍ଠାନର ବହୁ ବିଶିଷ୍ଟ ବ୍ୟକ୍ତି ତାହାଙ୍କ କୃତ୍ତିତ୍ୱକୁ ନେଇ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିସହ ଉକ୍ତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ନିଷ୍ପାଦକ ଉମେଶ ଚନ୍ଦ୍ର ବେହେରା, ବରିଷ୍ଠ ସଙ୍ଗୀତ ଶିକ୍ଷକ ଗଣେଶ ପଟ୍ଟନାୟକ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ସଭାରେ ବରିଷ୍ଠ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ ଦୀପ ପ୍ରଜ୍ୱଳନ କରିଥିବା ବେଳେ ସମସ୍ତେ ତାଙ୍କରି ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କଳାକାରଙ୍କ କୃତ୍ତିତ୍ୱକୁ ବ୍ୟାଖ୍ୟା କରି ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ଜଣେ ବାସ୍ତବରେ ସାମାଜିକ କର୍ମୀ ହିସାବରେ ପୂର୍ଣ୍ଣଚନ୍ଦ୍ର ସେଠୀ ନିଜ କଳାକୃତିର ଗାରିମା ପ୍ରଦର୍ଶନ କରି ବିଭିନ୍ନ ରଙ୍ଗର ଚିତ୍ରଆଙ୍କି ନିଜଜୀବନକୁ ସାଉଁଟି ନେଇଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ମାନପତ୍ର ସହ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କର ଅବଦାନ ପ୍ରଶଂସା ଅତୁଳନୀୟ ବୋଲି ସମସ୍ତେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.