oom

‘ମନ ମୟୁରୀ’ ପୁସ୍ତକର କବି ଲକ୍ଷ୍ମୀଧର ଦଳାଇଙ୍କ ବିୟୋଗରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଶୋକ

jsmm

ଡେଲାଙ୍ଗ, (ଦିଲ୍ଲୀପକୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୋହନପୁର ଗ୍ରାମର ବର୍ଷିୟାନ ପଲ୍ଲୀକବି ତଥା ‘ମନ ମୟୁରୀ’ ପୁସ୍ତକର ସ୍ରଷ୍ଟା ଲକ୍ଷ୍ମୀଧର ଦଳାଇ (ଗୁଜୁରୀ ଭାଇ)ଙ୍କର ତା ୨୧/୦୯/୨୦୨୧ରିଖ ରାତ୍ର ୯.୩୦ମି.ସମୟେ ପରଲୋକ ଗମନ ହୋଇଯାଇ ଅଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ‘ଗେହ୍ଲିବୋଉ’ କବିତା ପାଇଁ ସେ ବେଶ୍ ପରିଚିତ ଥିଲେ । ଡେଲାଙ୍ଗ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ସଭାପତି ଥିଲେ । ତାଙ୍କ କବିତାରେ ପଲ୍ଲୀର ଦୃଶ୍ୟ ନିଛକ ଭାବେ ପ୍ରତିଫଳିତ ହେଉଥିବାରୁ ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ ତରଫରୁ ତାଙ୍କୁ ପଲ୍ଲୀକବି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ନୀଳଚକ୍ର ପ୍ରକାଶନର ପ୍ରତିଷ୍ଠାତା ତଥା ସାରସ୍ଵତ ସାଧକ ଫକୀରଚରଣ ପାଢୀ ଗଭୀର ଶୋକ ପ୍ରକାଶ କରିବା ସହ ଡେଲାଙ୍ଗ ମାଟି ଜଣେ ଆଶୁକବିଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଛନ୍ତି । ମୃତ୍ୟୁ ପୂର୍ବରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟକୁ ତିନୋଟି ସଳଖ ନିମ୍ବବୃକ୍ଷ ଦାରୁ କରିବା ଉଦ୍ଦେଶ୍ୟରେ ମାଗିଥିଲେ ହେଁ ସଳଖ ନିମ୍ବବୃକ୍ଷ ନଥିବାରୁ ତାହା ସେ ନେଇ ପାରିନଥିବା ଟ୍ରଷ୍ଟ ଅଧ୍ୟକ୍ଷ ତଥା ଶିଶୁ ସାହିତିକ ଆଇନଜୀବୀ ହୃଷୀକେଶ ପାଢୀ ପ୍ରକାଶ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.