ଜନନେତା ଅରୁଣ ଦେ’ଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇ ସଭାପତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ଜନନେତା, ପୂର୍ବତନ ବିଧାୟକ, ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ପରାମର୍ଶଦାତା ଅରୁଣ ଦେ’ଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗରେ ସାଧାରଣ ଜନତାଙ୍କ ସ୍ୱର ଲିଭିଗଲା ବୋଲି କହିଥିଲେ । ସେ ୧୯୭୪ ମସିହାରୁ ଏଆଇଏସ୍‌ଏଫ୍‌ର ନେତୃତ୍ୱ ନେଉଥିବା ବେଳେ ଗୋଟିଏ ବିଚାରରେ ମୁଁ ତାଙ୍କ ନେତୃତ୍ୱରେ ସୁଯୋଗ ପାଇଥିଲି । ତାଙ୍କ ବିୟୋଗ ଆମ ସଂଗଠନ ଏଏସ୍‌ଏମ୍‌ଏନ୍‌ଆଇ ଏବଂ ଓଡ଼ିଶାବାସୀଙ୍କ ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.