om academy

ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା’ ମାହେଶ୍ୱରୀ ମନ୍ଦିରରେ ଷୋଡଶ ପୂଜା ଆରମ୍ଭ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା’ ମାହେଶ୍ୱରୀ ମନ୍ଦିରରେ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ ତିଥିରେ ମା’ ମାହେଶ୍ୱରୀଙ୍କର ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ପ୍ରତିବର୍ଷ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ । ଏହି ବର୍ଷ ନୂତନ ଭାବେ ନିର୍ମିତ ଭବ୍ୟ ମନ୍ଦିରରେ ମା’ ମାହେଶ୍ୱରୀଙ୍କର ପୂଜା ଆରମ୍ଭ ହୋଇଛି । ମନ୍ଦିରର ପୂଜକ ତଥା ସୂପକାର ସେବକ ସୌମିତ୍ରୀ ପାଢ଼ୀଙ୍କର ଦେହାନ୍ତ ହୋଇଥିବା ଯୋଗୁଁ ତାଙ୍କ ସ୍ଥାନରେ ମଧୁସୂଦନ ପଣ୍ଡା ଯୋଗ ଦେଇଛନ୍ତି ଏବଂ ରାଣୀସର୍ଡା ଗ୍ରାମର ଗୌନ୍ତିଆ ପ୍ରେମରାଜ ମହାକୁର, ମନ୍ଦିରର ଦେହୁରୀ ରାମପ୍ରସାଦ ଦେହେରି, ସୁଦର୍ଶନ ପାତ୍ର, ସୁରେଶ ଭୁକ୍ତା ଓ ଅନ୍ୟ ସମସ୍ତ ଦେହୁରୀଆ ତଥା ସେବକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.