om academy

ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ୧୯୭୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଥିବା ବେଳେ ସମୁଦାୟ ୮୫ ଜଣ ଛାତ୍ରଛାତ୍ରୀ ଏବେ ଏଠାରେ ଅଧ୍ୟୟନରତ । କିନ୍ତୁ ଦୁଃଖର ବିଷୟ, ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷୟତ୍ରୀ ଏଠାରେ ରହିଛନ୍ତି । ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାନ୍ତି । ପିଲାମାନେ କେମିତି ପାଠ ପଢ଼ି ମଣିଷ ହେବେ, ଏଥିରୁ ଚିନ୍ତା କରାଯାଇପାରେ । ବିଗତ ଦିନରେ ସ୍କୁଲ ପରିସରରୁ ଜବର୍‌ଦଖଲ୍‌ ଉଚ୍ଛେଦ କରାଯାଇ ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର୍‌ ଲଗାଇ ବିଲ୍‌ଡିଂ ଭଂଗା ଯାଇଥିଲା, କିନ୍ତୁ ତା’ପରେ ବାଡ଼ଟିଏ ଦେବାକୁ ଭୁଲିଗଲା ପ୍ରଶାସନ । ଏବେ ମୁକୁଳା ହୋଇ ପଡ଼ିଛି ସ୍କୁଲ । ଏଥିଯୋଗୁଁ ସ୍କୁଲ ସମୟ ପରେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି ସ୍କୁଲ ପରସର । ସ୍କୁଲ ପରିସରର ଗୋଟିଏ ପାଖ ଅଳିଆ ଆବର୍ଜନା, ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ପଡ଼ିରହିଥିବା ବେଳେ ପ୍ରତ୍ୟହ ସ୍କୁଲ ପରିସରରୁ ମଦ ବୋତଲ୍‌, ମଦ ପାଉଚ୍‌ ଆଦି ସଫା କରିବାକୁ ପଡ଼ୁଛି । ସ୍କୁଲ ପରିସର ଏବେ ଅସାମାଜିକ ବ୍ୟକ୍ତିଙ୍କ ନିର୍ଭୟ ଆଡ୍ଡାସ୍ଥଳୀ ପାଲଟିଛି । ସରକାରଙ୍କ ପକ୍ଷରୁ ମନ୍ଦିର, ମସ୍‌ଜିଦ, ଗୀର୍ଜା ତଥା ଗୋଷ୍ଠୀ ଗୃହ ପାଇଁ ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ କୁନି କୁନି ପିଲାଙ୍କ ମନ୍ଦିରର ଅବସ୍ଥା ଏବେ ଖୁବ୍‌ ଶୋଚନୀୟ । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ସମୟରେ ଶାନ୍ତିପଡ଼ାବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.