ପଦ୍ମପୁର ସହର ଭେଉଁରିଆ ଛକ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଆଖପାଖ ଅଞ୍ଚଳର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ଅଟେ । ଆଖପାଖ ଅଞ୍ଚଳରୁ ଲୋକେ ଏହି ସହରକୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ କିଣିବାକୁ ଆସିଥାନ୍ତି । ଲୋକମାନେ କୋର୍ଟ, କଚେରୀ ତଥା ଡାକ୍ତରଖାନାକୁ ଏହି ଅଞ୍ଚଳରୁ ଆସିଥାନ୍ତି । କିନ୍ତୁ ପଦ୍ମପୁର ଭେଉଁରିଆ ଛକ ନିକଟରେ ପଦ୍ମପୁରରୁ ପାଟଣାଗଡକୁ ସଂଯୁକ୍ତ ହୋଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଭାବରେ ପଡିରହିଛି । ଖାଲ ଢିପ ସୃଷ୍ଟି ହୋଇ ବର୍ଷାଜଳ ଜମି ଯାଇଛି । ରାସ୍ତାରେ ଯାନବାହାନ ଚଳାଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଛୋଟ ଛୋଟ ଦୁର୍ଘଟଣା ମଧ୍ର ହେଉଥିବା ଜଣାପଡିଛି । ହେଲେ ଏନ୍‌ଏସି ତଥା ପୂର୍ତ୍ତ ବିଭାଗର ଦୃଷ୍ଟି ପଡୁନି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତାକୁ ଶୀଘ୍ର ମରାମତି କରିବା ପାଇଁ ଜନ ସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.