ppurohit

ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଓ ଶୋଭାଯାତ୍ରା

2nd

ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲମାନ ସମ୍ପ୍ରଦାୟର ଧର୍ମଗୁରୁ ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଅବସରରେ ସେକ୍ଟର ୨୦ ଆଜାଦ୍ ବସ୍ତି ଠାରୁ ଆମ୍ବାଗାନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସେକ୍ଟର ୨୦ ଆଜାଦ ବସ୍ତିରୁ ଆରମ୍ଭ ହୋଇ ୨୦ ନମ୍ବର ଡି ବ୍ଲକ୍, ରାଉରକେଲା ହାଉସ, ସେକ୍ଟର ୧୯ ଷ୍ଟେଟ ବ୍ୟାଙ୍କ, ଆମ୍ବାଗାନ ମାର୍କେଟ ହୋଇ ଓମଫେଡ ବୁଥ ନିକଟସ୍ଥ ପଡ଼ିଆ ଠାରେ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ ପ୍ରାୟ ୫ଶହରୁ ଅଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ସମସ୍ତଙ୍କ ମଧ୍ୟରେ ଲଙ୍ଗର ବ୍ୟବସ୍ଥା ଯଥା ପୁରି, ଖିରୀ, ମିଠା ଆଦି ବଣ୍ଟନ କରାଯାଇଥିଲା । ଶୋଭାଯାତ୍ରାରେ ପୈଗମ୍ବର ମହମ୍ମଦଙ୍କ ବାଣୀ, ବିଶ୍ଵ ଶାନ୍ତି, ଭାଇଚାରା ସମ୍ପର୍କରେ ପ୍ରଚାର କରାଯାଇଥିଲା । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଓ ସବଇନ୍ସପେକ୍ଟର ରାଜେଶ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇନ୍ ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ପରିଚାଳନାରେ ମୈ।ଲାନା ସବୀର ଅହମ୍ମଦ,କାଶିମୁଦ୍ଦିନ, ଏମଡି ଫାରୁକ, ଏମଡି ରହମ୍ମଦ, ଏମଡି ଭୋଲା, ମେହେବୁବ କଲାମ୍, ଏମଡି ମୁସ୍ତାକ, ଏମଡି ୱ୍।ସିମ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.