jayashree

ବିରାଟ ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହେଲା ପଦ୍ମପୁର ଲୋକ ମହୋତ୍ସବ

  • ଯୋଗଦେଲେ ୫୦ ଗାଁର ଝାଙ୍କର, ୩୮ ସାଂସ୍କୃତିକ ଦଳ, ୩୦୦ କଳାକାର

ପଦ୍ମପୁର, (ନିରୋଜ କୁମାର ପାଣ) : ଆଜି ତିନିଶହ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବରର ପ୍ରତିଷ୍ଠିତ ପଦ୍ମପୁର ଲୋକ ମହୋତ୍ସବ ତାର ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହୋଇଛି । ସ୍ଥାନୀୟ କଳାକାର ସମେତ ୫୦ ଗୋଟି ଗାଁରୁ ଆସିଥିବା ଗାଁ ଝାଙ୍କର ବା ଦେବୀ ପୂଜକ ମାନଙ୍କୁ ନେଇ କଳା ପ୍ରଦର୍ଶନୀ ଆୟୋଜନ କରୁଛି । ସ୍ଥାନୀୟ ଲୋକ ସଂସ୍କୃତି ପରମ୍ପରା, ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ବୋଡ଼ାସମ୍ବରର ପଦ୍ମପୁର ଲୋକ ମହୋତ୍ସବ ଆୟୋଜିତ ହେଉଛି । ଏଥର ମଧ୍ୟ ଟାଉନ୍ କ୍ଲବ ସଭାପତି ଯୁବ ନେତା ପ୍ରିତେଶ ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଞ୍ଚ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି । ଦୀର୍ଘ ୨୦ ଦିନ ଧରି ବାଣିଜ୍ୟ ମେଳାର ଶୁଭାରମ୍ଭ ହୋଇଛି । ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୁଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି । ଏହାସହ ମୀନା ବଜାର ମଧ୍ୟ ଲାଗିଛି । କେବଳ ଯେ କଳା ସଂସ୍କୃତିକୁ କିମ୍ବା ନୃତ୍ୟଶିଳ୍ପୀ କିମ୍ବା କଳାକୌଶଳକୁ ଏହି ମହୋତ୍ସବ ଗୁରୁତ୍ୱ ଦେଉଛି ତାହା ନୁହେଁ ଏହି ମହୋତ୍ସବ ଛାତ୍ରଛାତ୍ରୀ, ଶିଶୁ, ମହିଳା ସମସ୍ତଙ୍କ ପାଇଁ ସୁଯୋଗ ଆଣିଦେଇଛି । ଶିଶୁ, ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରି ସମ୍ମାନିତ କରିବା ସହ ପୁରସ୍କାର ଦିଆଯାଉଛି । ସେହିପରି ମାନବ ସମାଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେଇ ମେଗା ରକ୍ତଦାନ ଶିବିର ଆୟୋଜିତ କରୁଛି । ବର୍ତ୍ତମାନ ସମୟରେ ରକ୍ତ ଅଭାବରୁ କାହାରି ମୃତ୍ୟୁ ନ ଘଟୁ ସେଥିପାଇଁ ସଚେତନ ହୋଇ ଏହି ପାଞ୍ଚ ଦିନିଆ ମହୋତ୍ସବ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଗ୍ରହ ପାଇଁ ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ଯୁଗରେ ଯୁବପିଢି ସେଲଫି ପାଇଁ କିଭଲି ବିପଦପୂର୍ଣ୍ଣ ଭାବରେ ଜୀବନକୁ ବାଜି ଲଗେଇ ମୃତ୍ୟୁ ମୁଖରେ ପଡୁଛନ୍ତି ସେଥିପାଇଁ ସଚେତନତା ସୃଷ୍ଟି ପାଇଁ ସେଲଫି ପଏଣ୍ଟ ସଚେତନତା ବାର୍ତ୍ତା ପ୍ରଚାର ଅଭିଯାନ ମଧ୍ୟ ଜାରି ରଖିଛି । ଏଭଳି ଏକ ବିରାଟ ଚିନ୍ତାଧାରାକୁ ନେଇ ବୋଡ଼ାସମ୍ବର ଲୋକ ମହୋତ୍ସବ ଆୟୋଜିତ ହେଉଛି ବୋଲି ଟାଉନ୍ କ୍ଲବ ସଭାପତି ଯୁବ ନେତା ପ୍ରିତେଶ ବହିଦାର, ଆବାହକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ ପ୍ରମୁଖ ବାର୍ତ୍ତା ଦେଇଛନ୍ତି । ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବୋଡ଼ାସମ୍ବର ଲୋକ ମହୋତ୍ସବ ଆଜି ମଙ୍ଗଳବାର ୧୭ ତାରିଖ ତା’ର ଶୁଭାରମ୍ଭ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଆରମ୍ଭ କରୁଛି । ଅପରାହ୍ନ ୩ ଘଣ୍ଟା ସମୟରେ ବୋଡ଼ାସମ୍ବର ତଥା ଜିଲ୍ଲା ଓ ରାଜ୍ୟ ସମେତ ଭାରତର ବିଭିନ୍ନ ରାଜ୍ୟର କଳାକାରଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ କରିଛି । ଆଜି ଠାରୁ ସାଂସ୍କୃତିକ ପର୍ବର ଶୁଭାରମ୍ଭ ହୋଇଛି । ବୋଡ଼ାସମ୍ବର ଅଂଚଳର ବିଭିନ୍ନ ଗାଁର ଝାଙ୍କର ମାନେ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦାନ କରିଥିବା ବେଳେ ଆଜି ସାଂସ୍କୃତିକ ପର୍ବର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ୨୨ ତାରିଖ ଦିନ ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ମାନ ରହିଛି ।

Leave A Reply

Your email address will not be published.