ନୂଆପଡା ଜିଲ୍ଲା ଖଡିଆଳ ଠାରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

ନୂଆପଡା, (ଅଜିତ ବେହେରା) : କୋଲକାତା ଠାରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଘଟିଥିବା ଏକ ଅମାନବୀୟ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଖଡିଆଳ ଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା, ଖଡିଆଳ ବୋଡେନ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଆଜାଦ ଛକରେ ପହଞ୍ଚି ଥିଲା । ସେଠାରେ ମୃତ ମହିଳା ଡାକ୍ତରଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏଥିସହ ହତ୍ୟାକାରୀ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବୀ କରିଥିଲେ । ଶୋଭାଯାତ୍ରାରେ ଖଡିଆଳର ଆୱାଜ, ସଂଗଠନ ସ୍ୱୟଂ ଶକ୍ତି ମହିଳା ମହାସଂଘ, ଯୁବ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାଗଣ ସାମିଲ ହୋଇଥିଲେ ।

Leave A Reply

Your email address will not be published.