ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ୍‌ ଆସୋସିଏସ୍‌, ସାଇକିଲିଙ୍ଗର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ନେଇ ଅନୁଷ୍ଠିତ ଶୋଭାଯାତ୍ରାରେ ଶତାଧିକ ଯୁବ ବର୍ଗ ଭାଗ ନେଇଥିଲେ । ଏସ୍‌. ପି. ସି. ବିର ଉପପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଉଦିତ ନଗର ଷ୍ଟାଡିଅମ୍‌ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରା ବାହାରି ଡିଏଭି ଛକ, ଛେଣ୍ଡ, ଏରୋଡ୍ରମ୍‌ ଛକ, ସେକ୍ଟର – ୯ ଛକ ହୋଇ ସେକ୍ଟର – ୭ ଛକ ନିକଟ ରାଏମା କ୍ଲବ ଠାରେ ସମାପ୍ତ ହୋଇଥିଲା । ଏହି ଅବସରରେ ମିଶନ ଲାଇଫର ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱ ବାଇସାଇକେଲ ଦିବସ ଅବସରରେ ଶପଥ ପାଠ କରାଯାଇଥିଲା । ଏଥିରେ ଜଣେ ନଅ ବର୍ଷର ବାଳକ ତାଙ୍କ ପିତାଙ୍କ ସହ ଯୋଗଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଡିଏଭିର ଉପସଭାପତି ରାଧାମୋହନ ନାୟକ, ରାଏମାର ସଭାପତି ତଥା ଆର୍‌. ଏସ୍‌. ପିର (ଜି.ଏମ୍‌) ଏସ୍‌. କେ. ଭୂୟାଁ, ଏସ୍‌ପିସିବିର ଉପପରିବେଶ ଯନ୍ତ୍ରୀ ରମଣୀ ରଞ୍ଜନ ଦାସ, ଚନ୍ଦ୍ରଶେଖର ଚୌହ୍ୱାନ, ରଜତ କୁମାର ସେଠି, ସହକାରୀ ପାଇ ବେଶ ଯନ୍ତ୍ରୀ ସୌମ୍ୟ ରଞ୍ଜନଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ, ଜିଲ୍ଲା ସାଇକିଲିଙ୍ଗ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା, ଆରତୀ ଚୌଧୁରୀ, ୱାଇ ଏମ୍‌. ଏଫ. ଆଇ.ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ସେକ୍ରେଟାରୀ ବକ୍ସଙ୍ଗି ଅରବିନ୍ଦ ପାତ୍ର, ଭାର ଉତ୍ତୋଳନର ଜିଲ୍ଲା ସମ୍ପାଦକ ବାସୁଦେବ ବାନାର୍ଜୀ, ରବୀନ୍ଦ୍ର ଗଣ୍ଡ, ସୁରେନ୍ଦ୍ର ପାଲ, ଗୀତା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ । ଶୋଭାଯାତ୍ରା ସମୟରେ ପୋଲିସ ଉପସ୍ଥିତ ରହି ସୁଚାରୁ ଭାବେ ଟ୍ରାଫିକ ପରିଚାଳନା କରିଥିଲେ । ଏଥି ପାଇଁ ଜିଲ୍ଲାପାଳ ଓ ରାଉରକେଲା ଏସ୍‌ପିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.