oom

ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଦେଖିବାକୁ ମିଳୁଛି । କେତେବେଳେ ଖୋଲମ୍‌ ଖୋଲା ବିଜ୍‌ ବଜାର୍‌ରେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଫୁଟୁଛି ଗୁଳି । ପୁଣି କେତେବେଳେ ଘର ଭିତରକୁ ପଶି ଦୁର୍ବୃତ୍ତତ୍ତ ଭିଆଉଛି ବିଭତ୍ସ ଆକ୍ରମଣ । ଏବେ ଭୟରେ ଥରୁଛି ସହରବାସୀଙ୍କ ଜୀବନ । ତେବେ ଏହି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସହରର ବୁଦ୍ଧିଜୀବୀ, ମହିଳା, ବ୍ୟବସାୟୀ, ଛାତ୍ରଛାତ୍ରୀ, ଯୁବବର୍ଗ ତଥା ସମସ୍ତ ସଚେତନ ନାଗରିକଙ୍କ ଉପସ୍ଥିତିରେ ସ୍ଥାନୀୟ କୋଶଳ କଳା ମଣ୍ଡଳରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ଡେଲି ମାର୍କେଟ ଦେଇ ଏସ୍‌ପିଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲା ଓ ନିଆରା ଢଙ୍ଗରେ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା । ପରେ ଆଇନ ଶୃଙ୍ଖଳାକୁ ନେଇ ଏସ୍‌ପିଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.