ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବୀ ନେଇ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସହରରେ ଶୋଭାଯାତ୍ରା କରିବା ସହ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲାପାଳ, ଟାଉନଥାନା ପୋଲିସ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ଦେଇଛନ୍ତି । ସଂଘ ପକ୍ଷରୁ ଦାବୀ କରାଯାଇଛି ଯେ, ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ନିୟମ ଅନୁସାରେ ଶୀଘ୍ର ପଞ୍ଜିକରଣ କରାଯାଉ, ଅନ୍ୟରାଜ୍ୟରୁ ବଲାଙ୍ଗିର ଆସୁଥିବା ଶ୍ରମିକ ମାନଙ୍କ ସେଠିକାର ପଞ୍ଜିକରଣ ଓ ଏଠିକାର ଶ୍ରମ ପଞ୍ଜିକରଣ ତଦାରଖ କରି ବଲାଙ୍ଗିରରେ କାମ କରିବାକୁ ଅନୁମତି ଦିଆଯାଉ, ବଲାଙ୍ଗିରରେ ହେଉଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଅନ୍ୟରାଜ୍ୟର ଲୋକ ସଂଶ୍ଲିଷ୍ଟ ରହୁଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନିୟୋଜିତ ୧୪ ବର୍ଷରୁ କମ୍‌ ବୟସର ଶ୍ରମିକଙ୍କୁ ଉଦ୍ଧାର କରି ବାଳ ଆଶ୍ରମରେ ରଖାଯାଉ ଆଦି ଦାବୀ କରାଯାଇଛି । ସଂଘର ଶମ୍ଭୁ ନାଗ, ସୁରେଶ ମହାକୁରଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଶୋଭାଯାତ୍ରାରେ ଯାଇ ଦାବୀପତ୍ର ଦେଇଥିଲେ ।

jittmm
Leave A Reply

Your email address will not be published.