ସ୍ନାତକ ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡି.ଏ.ଭି (ସ୍ୱୟଂଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପୂର୍ବତନ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ ଝାରଦେବନ୍ଧ, ଟିଟିଲାଗଡ଼ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ମନ୍ଦାକିନୀ ମେହେର, ଅଧ୍ୟାପକ ଡକ୍ଟର ଜଗଦୀଶ ଚନ୍ଦ୍ର ଭୋଇ, ଡକ୍ଟର ସୁଶାନ୍ତ ମହାନନ୍ଦ, କୁବାର ବଛା ଉପସ୍ଥିତ ରହି ପିଲାମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ଆଲୋଚନା କରିବା ସହ ପିଲାମାନଙ୍କୁ ଆଗକୁ ବଢିବାର ଉତ୍ସାହ ପ୍ରଦାନ କରିଥିଲେ । ଝାରଦେବନ୍ଧର ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶରେ ବନବିହାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ସ୍ନାତକ ୨୦୧୮-୨୧ ଶିକ୍ଷାବର୍ଷ ଓଡ଼ିଆ ବିଭାଗର ଛାତ୍ର ପବିତ୍ର ବାଗ, ସମୀର ରଣା, ସଞ୍ଜୀବ ଭୋଇ, ସୁଦାମ ଛାନ୍ଦ, ଦୁର୍ବାଦଳ କଟା, ଶିବା ମନହୀରା, ରାଧାମାଧବ କଲତା, ସରଜୁ ନାଗ, ଶେଷଦେବ ବେହେରା, ଧରମ ସିଂ ପ୍ରଧାନୀ, ଛବିଲାଲ ପୁଟେଲ, ମଣ୍ଟୁ ବନଛୋର, ରାଜେଶ ତାଣ୍ଡି, ଡିଲେଶ ଜାନୀ, ଧରଣୀ ବାଗ, ଗୁପ୍ତେଶ୍ଵର ମାଝୀ, ଧବଲେ ଗହୀର, ରୋହିତ ଛୁରା, ଛାତ୍ରୀ ସବିତା ସାହୁ, ଅଲିଭା ଭୋଇ, କବିତା ବିଶି, ଗଣେଶିନୀ ମହାନନ୍ଦ, ରଶ୍ମି ମହାନନ୍ଦ, ଖିଲିପ୍ରଭା ଭୋଇ, ମନ୍ଦାକିନୀ ଭୋଇ, ରୁକ୍ମିଣୀ ସାହୁ, ବର୍ଷା ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କର ମିଳିତ ସହଯୋଗ ମାଧ୍ୟମରେ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.