oum

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖୀଶ୍ୟାମ ପ୍ରଧାନଙ୍କ ଦ୍ଵାଦଶହ ସ୍ମୃତିସଭା

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କେଟିଏନପୁର ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖୀଶ୍ୟାମ ପ୍ରଧାନଙ୍କ ମୃତ୍ୟୁର ଦ୍ଵାଦଶହ ଦିବସ ଉପଲକ୍ଷେ ଶୁକ୍ରବାର ଦିନ କେ.ଟି ନାରାୟଣପୁର ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ୍ୟକମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୋରା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୃତିସଭାରେ ମୂଖ୍ୟ ଅତିଥି ରୂପେ ସରପଞ୍ଚ କୁମାରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି. ସୁଦାମ, ସାମ୍ବାଦିକ କ୍ଷେତ୍ରବାସୀ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା, ଭାସ୍କର ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ବାଉରୀବନ୍ଧୁ ସାହୁ, ବରିଷ୍ଠ ଆଇନଜୀବି ଅନାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ପାଣିଗ୍ରାହି, ପ୍ରମୁଖ ଯୋଗ ଦେଇ ଦୁଃଖୀଶ୍ୟାମ ପ୍ରଧାନ ଜୀବନୀ କାର୍ୟ୍ୟଶୈଳୀ ଉପରେ ବର୍ଣ୍ଣନା କରିବା ସହ ଶିକ୍ଷକତା ଆରମ୍ଭ ହେଲା ଦିନଠାରୁ କତୁରୁ ମଧ୍ୟ ଇଂରେଜ ବିଦ୍ୟାଳୟରେ ବହୁ ବର୍ଷ ଶିକ୍ଷକତା କରି ସେହି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ଗଢିତୋଳିବା ତାଙ୍କ ପ୍ରଥମ ଅବଦାନ ଥିବା ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସ୍ଵାର୍ଗତ ଦୁଃଖୀଶ୍ୟାମ ତୈଳ ଫୋଟଚିତ୍ର ଊପରେ ପୁଷ୍‌ଷ୍ପମାଲ୍ୟ ଅର୍ପଣ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସ୍ମୃତିଚାରଣ କରାଯାଇଥିଲା । ସ୍ମୃତିସଭାରେ ପୁତ୍ର ସଚିତାନନ୍ଦ ପ୍ରଧାନ, ଦୀପ୍ତି ରଞ୍ଜନ ପ୍ରଧାନ, ଝିଅ, ସଂଯୁକ୍ତ। ପ୍ରଧାନ, ସସ୍ମିତା ପ୍ରଧାନ, ନରସିଂହ ପ୍ରଧାନ, ତ୍ରୀନାଥ ପ୍ରଧାନ, ବୋହୂ, ଜ୍ୟୋତି ପ୍ରଧାନ, ସବିତା ପ୍ରଧାନ, ଆଶୁତୋଷ, ଇପସ୍ଵିତା, ପିଙ୍କି, ରିଙ୍କି, ରିଙ୍କୁ, ଲିପୁ, ଦିପୁ ଓ ଶାନ୍ତି ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହାକୁ ଅଶ୍ୱିନ କୁମାର ସାହୁ, ଯୁବନେତା ପ୍ରଶାନ୍ତ କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.