ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଦୀର୍ଘ ଦିନ ଶିକ୍ଷକତା କରି ନିଜର ଶାନ୍ତ ସହନଶୀଳ ସ୍ୱଭାବ ଓ ନିଷ୍ଠାପର କର୍ମ ପାଇଁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇଥିବା ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହରେ ଏକ ସ୍ମୃତିଚାରଣ ସଭା ପରିବାରବର୍ଗ ଓ ଶିକ୍ଷକ ବନ୍ଧୁଙ୍କ ମିଳିତ ସହଯୋଗରେ ସତ୍ୟବାଦୀର ମଠସାହିରେ ଆୟୋଜିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଡେଲାଙ୍ଗ ଏବିଇଓ ଯୁଧିଷ୍ଠିର ପରିଡ଼ା, ବରିଷ୍ଠ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର, ସିଆର୍‌ସିସି ପବିତ୍ର ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ମହାରଣା, କବୟିତ୍ରୀ ବିଶାଖା ଦେବୀ, ଆଧ୍ୟାତ୍ମିକ ଚିନ୍ତକ ଗଜେନ୍ଦ୍ର ମହାପାତ୍ର, କୈଳାସ ତ୍ରିପାଠୀ, ଶିକ୍ଷକ ପବିତ୍ର ଜେନା, ପ୍ରତାପ ବିଶୋଇ, ବିକ୍ରମ ପାତ୍ର, ତୁଷାର ପ୍ରଧାନ, ଅଭୟ ଚରଣ ସାହୁ, ସଦାଶିବ ବିଶ୍ଵାଳ, ହରି ବଢେଇ, ବବିତା ପ୍ରଧାନ, ସୁନିତା ମହାନ୍ତି, ଯୂବ ପ୍ରତିଭା ସତ୍ୟନାରାୟଣ ମହାପାତ୍ର, ନବକିଶୋର ମିଶ୍ର, ମାନସ ରଥ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ବିନୟ ଭାବ ଓ ମହନୀୟ ବ୍ୟକ୍ତିତ୍ଵର ଅଲିଭା ଦୀପାଳୀ ସମଗ୍ର ଛାତ୍ର ଓ ଶିକ୍ଷକ ସମାଜ ପାଇଁ ଚିରକାଳ ମାର୍ଗଦର୍ଶୀ ହୋଇ ରହିଥିବ ବୋଲି ସଭାରେ ସମସ୍ତେ ଶୋକସିକ୍ତ କଣ୍ଠରେ ପରିବାରବର୍ଗଙ୍କୁ ଆଶ୍ଵାସନା ଦେଇ କହିଥିଲେ ।ତାଙ୍କ ଜନ୍ମସ୍ଥାନ ଦାସବିଦ୍ୟାଧରପୁର ଗାଁ ହୋଇଥିଲେ ହେଁ, କର୍ମକ୍ଷେତ୍ର ଡେଲାଙ୍ଗ ବ୍ଲକର ଜୁଇଲୁଣ୍ଡା, ନିମାକେରା, ଧାନକେରା, ଶ୍ରୀପୁରୁଷୋତ୍ତମପୁର ଓ ଗଉଡକେରା ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିଲେ । ପିତାମାତା ଜୀବିତ ଥାଇ ଜ୍ୟେଷ୍ଠ ପୁତ୍ରକୁ ଅକାଳରେ ହରାଇ ଭାଂଗି ପଡ଼ିଥିବା ପରିବାରକୁ ସବୁ କାର୍ଯ୍ୟ ପରିଚାଳନାରେ ଜାମାତା ସନ୍ତୋଷ କୁମାର ମିଶ୍ର, ରାଜେଶ କୁମାର ମିଶ୍ର, ଶିକ୍ଷକ ଲକ୍ଷ୍ମଣ ପୂଜାରୀ, ବିକ୍ରମ ପାତ୍ର, ଭଣଜା ସତ୍ୟ ନାରାୟଣ ମହାପାତ୍ର ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ଈଶ୍ଵରଙ୍କ ନିକଟରେ ସେହି ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେତାଙ୍କ ଉଦ୍ଦେଶ୍ୟରେ ପତ୍ରିକା’ ସ୍ମୃତି ଅର୍ଘ୍ୟ ଉନ୍ମୋଚିତ ହୋଇଥିଲା । ଶେଷରେ ଦୁଇ କନ୍ୟା ସ୍ୱାଗତିକା, ମଧୁସ୍ମିତା, ଭାଇ ବିଶ୍ଵନାଥ ଓ ପତ୍ନୀ ପ୍ରତିମା ସମସ୍ତ ଗୁଣଗ୍ରାହୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.