oom

କୋଶଲି ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

jsmm

ମୁରିବାହାଲ, (ପୁସ୍ତମ୍ ଯୁଆଡି) : କୋଶଲି କବି ତଥା ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କର ବିୟୋଗରେ ‘ବଏଠା ସାଂସ୍କୃତିକ ଆନୁଷ୍ଠାନ ମୁରିବାହାଲ’ ତରଫରୁ ଗତ ୪ ତାରିଖରେ ଗୁଗୁଲ ମିଟ୍ ଅନଲାଇନ ମାଧ୍ୟମରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି । କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତ କୋଶଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପାଇବା ଦିଗରେ ଅନବରତ ଚେଷ୍ଟା କରୁଥିଲେ । କବିତା ସଙ୍କଳନ “ଦଲଦଲି ଓ ଧରସା’ ହେଉଛି ସ୍ବର୍ଗତ କବିଙ୍କର ଦୁଇଟି ଅନବଦ୍ୟ କୃତୀ । ଏହା ସହିତ ସେ କୋଶଲି ଭାଷା ଓ ସଂସ୍କୃତି ଉପରେ ଗବେଷଣାମୂଳକ କାର୍ୟ୍ୟଗୁଡିକ କରି ଆସୁଥିଲେ ।
ଅନୁଷ୍ଠାନର ସଭାପତି ଅଶୋକ କୁମାର ତରିଆଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାକୁ ସଂଯୋଜନା କରିଥିଲେ କବି ଲିଲୁ ମୋହନ ପଧାନ । କବିଙ୍କର ଫଟୋରେ ମାଲ୍ୟର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କ୍ରୀଡ଼ାବିତ ତଥା ଭାଷାପ୍ରେମୀ ଶ୍ରୀପତି ଷାଣ୍ଢ । ଏହି ସଭାରେ ସ୍ବର୍ଗତ କବିଙ୍କର ସାହିତ୍ୟ କୃତି ଓ କୋଶଲି ଭାଷା ପ୍ରତି ତାଙ୍କର ଅବଦାନକୁ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଅଧ୍ୟାପକ ତଥା କବି ଦିଲ୍ଲୀପ କୁମାର ପସାୟତ, କବି ମଧୁସୂଦନ ମହାନନ୍ଦ, କବି ତରୁଣ ସିଂ ଦୀପ, କବି ନରସିଂହ ସାହୁ, କବି ପୁସ୍ତମ୍ ଯୁଆଡ଼ି, କବି ଯଶୋବନ୍ତ ସାହୁ ଓ କବି ମହେଶ୍ୱର ପଧାନ । ସଭାକାର୍ୟ୍ୟକୁ ସହଯୋଗ କରିଥିଲେ ବଏଠା ଅନୁଷ୍ଠାନର ଜନାର୍ଦ୍ଦନ ବଗର୍ତ୍ତି, ଦିନେଶ କୁମାର ହଂସ, ଓ ବଜରଙ୍ଗ ଷାଣ୍ଢ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ମଧୁସୂଦନ ନାଗ ।

jittmm
Leave A Reply

Your email address will not be published.