ଛତ୍ରପୁର ସ୍ଥିତ ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଦାଦି ପ୍ରକାଶ ମଣିଙ୍କ ୧୬ତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଦାଦି ପ୍ରକାଶ ମଣିଙ୍କ ଶୁକ୍ରବାର ୧୬ତମ ସ୍ମୃତିଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଇଣ୍ଡିଆନ୍ କୋଷ୍ଟ ଗାର୍ଡ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ର ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଶ୍ଵ ଭାତୃତ୍ୱ ଭାବ, ବିଶ୍ଵ ଏକତା, ଉତ୍ତମ ଚରିତ୍ର ନିର୍ମାଣ, ନିଶାମୁକ୍ତ ଜୀବନ ପାଇଁ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ଛତ୍ରପୁର ଶାଖା ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ମାମାଙ୍କ ସ୍ମୃତିଚାରଣ କରି ଏହି ଦିବସର ମହତ୍ତ୍ୱପୂର୍ଣ୍ଣ ଉପରେ ତାତ୍ଵିକ ଆଲୋଚନା କରିଥିଲେ । ବ୍ରହ୍ମାକୁମାର ରଜନୀକାନ୍ତ ଭାଇ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.