ବିଭାଜନ ବିଭିସିକା ସ୍ମୃତି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲଠାରେ ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଭାଜନ ବିଭିସିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନୃସିଂହନାଥ ଧର୍ମଶାଳାଠାରୁ ଏକ ନୀବର ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପାଇକମାଲ ମୁଖ୍ୟଛକ ଠାରେ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଭାରତ ମାତାର ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ବରଗଡ ଜିଲ୍ଲା ସଭାପତି ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉକ୍ତ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଯୁବ ଆଇନଜୀବୀ ରାଜକୁମାର ସାହୁ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଅଶୋକ ମିଶ୍ର, ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶ୍ରୀ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ମାଣ୍ଡୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସୁଶାନ୍ତ ନାଗ, କୁନାଲ ପାଣିଗ୍ରାହୀ, ରୋଶନ ପାଣିଗ୍ରାହୀ, ବିକି ଅଗ୍ରୱାଲ, ସମିତିସଭ୍ୟ ନିରୁପମା ନାଗ, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ଲଳିତ ମୋହନ ଜଗତ, ଦୁଃଶାସନ କୁମ୍ଭାର, ପୁରନ୍ଦର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ କାର୍ଯ୍ୟକର୍ତ୍ତା ଭାଗ ନେଇ ବିଭାଜନ ବିଭିସିକାର ସ୍ମୁତିଚାରଣ କରିଥିଲେ । ଅଖଣ୍ଡ ଭାରତ ଗଠନ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଲକ୍ଷ୍ୟ ଏବଂ ପାର୍ଟି ଏହି ଦିଗରେ କାର୍ଯ୍ୟ କରିବ ବୋଲି ମତପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.