oom

ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ସୁରକ୍ଷା ପାଇଁ ୫ଟି ସଚିବଙ୍କୁ ଭେଟିଲେ ସ୍ମୃତି କମିଟି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଥିବା ଆଟଗାଁ ଜମିଦାର ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ରକ୍ଷା କରିବାକୁ ଆଟଗାଁ ମହଲର ପୁନଃଉଦ୍ଧାର, ପୁଡାପାଠ ମନ୍ଦିରର ରୂପାନ୍ତରିକରଣ କରିବା ଦାବୀ ହୋଇଆସୁଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଲୋଇସିଂହାଠାରେ ହୋଇଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଆଟଗାଁର ଧରମସିଂମାଝୀ ମାନଧାତା ସ୍ମୃତି କମିଟିର ଏକ ପ୍ରତିନିଧି ଦଳ ଭେଟି ଏହି ପୀଠର ଉନ୍ନତିକରଣ ପାଇଁ ଦାବୀ କରି ଏକ ଦାବୀପତ୍ର ପ୍ରଦାନ କରିବା ସହିତ ସହିଦ ଫଟୋଥିବା ଏକ ମେମେଣ୍ଟୋ ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଭାପତି ସାମ୍ବାଦିକ ମୁକେଶ ବହିଦାର, ସଂପାଦକ ନିହାର ରଂଜନ ବେହେରା, ଆଟଗାଁ ସରପଞ୍ଚ ସାଳିନୀ ସେଠ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦାମ ଷାଣ୍ଢ, ଅର୍ଜୁନ ପୁଟେଲ, ଶିବରାମସିଂ ମାଝୀ, ରାମପ୍ରସାଦ ବିଶ୍ୱାଳ, ପପୁନ ବେହେରାଙ୍କ ନେତୃତ୍ୱରେ ଭି.କେ.ପାଣ୍ଡିଆନଙ୍କୁ ଏହି ଦାବୀପତ୍ର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି । ସ୍ମୃତିକମିଟି ଦାବୀ କରିଛି ଯେ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ହୋଇଥିବା କନ୍ଧମେଳିରେ ନେତୃତ୍ୱ ନେଇଥିବା ଚକୋରା ବିଶୋଇ, ରେଣ୍ଡୋ ମାଝୀଙ୍କୁ ତତ୍‌କାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଧରସିଂମାଝୀ ମାନଧାତା ଆଶ୍ରୟ ଦେଇଥିଲେ । ସେ ସମୟରେ ଚକୋରା ବିଶୋଇଙ୍କୁ ବଞ୍ଚାବାକୁ ବ୍ରିଟିଶମାନଙ୍କ ସିଧାସଳଖ ଲଢେଇରେ ଧରମସିଂମାଝି ସାମିଲ ହୋଇ ଶେଷରେ ଗିରଫ ହୋଇଥିଲେ ଓ ତାଙ୍କୁ ଜେଲକୁ ନେଇ ଫାସି ଦିଆଯାଇଥିଲା । ଧରମସିଂମାଝୀ ହେଉଛନ୍ତି ପାଟଣାଗଡଜାତର ପ୍ରଥମ ସହିଦ । ଆଟଗାଁଠାରେ ତାଙ୍କର ଜରାଜୀର୍ଣ୍ଣ ମହଲ ଆଜି ଏହାର ମୁକସାକ୍ଷୀ ହୋଇ ପଡିରହିଛି । ଏଠାରେ ପୁଡାପାଠ ଦେବୀପୀଠ ଓ ସର୍ବପୁରାତନ ଜଗନ୍ନାଥ ମନ୍ଦିର ମଧ୍ୟ ଅବହେଳିତ ହୋଇ ପଡିରହିଛି । ତେଣୁ ରାଜ୍ୟସରକାର ଏହାର ପୁନଃଉଦ୍ଧାର କରାଇ ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତିର ସୁରକ୍ଷା କରାଯାଉ ବୋଲି ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.