ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ୍ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ପଞ୍ଚମ ଦିବସରେ ଆୟୋଜକ ଡବ୍ଲୁ ହଂସ, ଶଶାଙ୍କ ଶେଖର ଦାସ ଯାଦବ, ମଣ୍ଟୁ ସରାଫ, ସୁନିଶ ପ୍ରଧାନୀ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପଞ୍ଚମ ଦିବସ ମ୍ୟାଚ ଘୁଷୁରାମୁଣ୍ଡା ଓ କୁରସୁଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିବା ବେଳେ ଘୁଷୁରା ମୁଣ୍ଡାକୁ ପରାସ୍ତ କରି କୁରସୁଡ଼ ଦଳ ଫାଇନାଲରେ ପହଂଚିଛି । ଆୟୋଜକ କମିଟିର ଡବ୍ଲୁ ହଂସ, ଯତୀନ ସିନ୍ଦୁର, ମଣ୍ଟୁ ସରାଫ, ମଣ୍ଟୁ ତାଣ୍ଡି, ଦିବସ ମାଝୀ, ଶଶାଙ୍କ ଶେଖର ଦାସ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ । ଆଶୀର୍ବାଦ ସା ରେଫରୀ ଓ ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ୍ ଭାବରେ ଖେଳ ପରିଚାଳନା କରିଥିଲେ । ରଶ୍ମିକାନ୍ତ ସିନ୍ଦୁର ଚତୁର୍ଥ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।